fbpx

ଚମତ୍କାର ! ଭୟଙ୍କର ବିମାନ ଦୁର୍ଘଟଣା ପରେ ବି ବଞ୍ଚିଛି ଜୀବନ, ଜଙ୍ଗଲରେ ୪୦ ଦିନ କାଟିବା ପରେ ଜୀବନ୍ତ ଉଦ୍ଧାର ହେଲେ ୪ ଶିଶୁ

ନୂଆଦିଲ୍ଲୀ : କୁହାଯାଏ ରଖେ ହରି, ମାରେ କିଏ । ଏହାର ଅର୍ଥ ଯଦି ହରି କାହାକୁ ବଞ୍ଚାଇବାକୁ  ଚାହିଁବେ, ତେବେ ସେଠୋର କିଏ ବା କ’ଣ କରିପାରିବ । ସେହିଭଳି କିଛି ଘଟଣା ସାମ୍ନାକୁ ଆସିଛି । ଏକ ଭୟଙ୍କର ବିମାନ ଦୁର୍ଘଟଣାରେ ସମଗ୍ର ପରିବାର ଧ୍ୱଂସ ହୋଇ ଯାଇଥିବା ବେଳେ ୪ ଜଣ ନିରୀହ ପିଲା ବର୍ତ୍ତି ଯାଇଛନ୍ତି । କେବଳ ଯେ ଦୁଘର୍ଟଣାରୁ ବର୍ତ୍ତିଛନ୍ତି ତାହା ନେୁହଁ, ୪୦ ଦିନ ଧରି ଜଙ୍ଗଲେର ଭୋକ ଉପାଶରେ ବୁଲୁବା ପରେ ମଧ୍ୟ ସେମାନେ ଜୀବିତ ଅଛନ୍ତି ତାହା ହିଁ ବଡ ଆଶ୍ଚର୍ଯ୍ୟକର ବିଷୟ ।

କଲମ୍ବିଆର ରାଷ୍ଟ୍ରପତି ଗୁସ୍ତାଭୋ ପେଡ୍ରୋ ଶନିବାର ଏହି ସୂଚନା ଦେଇ କହିଛନ୍ତି ଯେ, ୪୦ ଦିନ ଧରି ଚାଲିଥିବା ସର୍ଚ୍ଚ ଅପେରସନେ ପରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ବିମାନ ଦୁର୍ଘଟଣାରୁ ବଞ୍ଚିଥିବା ଚାରିଜଣ ଶିଶୁଙ୍କୁ ପାଞ୍ଚ ସପ୍ତାହ ଧରି ଖୋଜାଖୋଜି ଚାଲିଥିଲା । ଏବେ ଆମାଜନ ଜଙ୍ଗଲରୁ ସେମାନଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ବତ୍ତର୍ମାନ ସେମାନଙ୍କର ଚିକିତ୍ସା ଚାଲିଛି ।

ସୂଚନାଯୋଗ୍ୟ, ଏହି ଦୁର୍ଘଟଣା ମେ ୨ ରେ ଘଟିଥିଲା । ବିମାନରେ ୪ ଜଣ ପିଲାମାନେ ଓ ବାପା-ମାଙ୍କୁ ମିଶାଇ ୬ ଜଣ ଯାତ୍ରୀ ଏବଂ ଜଣେ ପାଇଲଟ ଥିଲେ । ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପିତାମାତା ଏବଂ ପାଇଲଟ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । କିନ୍ତୁ ଏହି ୪ଟି ପିଲା ବଞ୍ଚିଯାଇଥିଲେ । ଇଞ୍ଜିନର ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

Get real time updates directly on you device, subscribe now.