fbpx

ନାକରୁ ରକ୍ତ ପଡୁଥିଲେ ସତର୍କ ହୋଇଯାଆନ୍ତୁ, ହୋଇପାରେ ଏହି ମାରାତ୍ମକ ରୋଗର ଲକ୍ଷଣ

ନାକରୁ ରକ୍ତ ପଡିବା ସମସ୍ୟା ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଦେଖାଯାଏ । ବିଶେଷ କରି ଖରାଦିନେ ଏହା ଦେଖାଯାଏ । କିନ୍ତୁ ଯଦି ବାରମ୍ବାର କାହା ସହ ଏପରି ହେଉଛି ତେବେ ଏହାକୁ ଅଣଦେଖା ନ କରି ସତର୍କ ହୋଇଯିବା ଉଚିତ । କାରଣ ବହୁ ସମୟରେ ଏହା ଲ୍ୟୁକେମିଆର ଲକ୍ଷଣ ବି ହୋଇପାରେ । ଲ୍ୟୁକେମିଆ ରକ୍ତ ସହ ଜଡିତ ଏକ କ୍ୟାନସର ରୋଗ । ଏହି କାରଣରୁ ଏହାକୁ ବ୍ଲଡ କ୍ୟାନସର ମଧ୍ୟ କୁହାଯାଏ ।

ଗୁରୁଗାଓଁ ସ୍ଥିତ ଆର୍ଟେମିସ୍ ହସ୍ପିଟାଲର ହେମାଟୋଲଜି ଅଙ୍କୋଲଜି ଚିକିତ୍ସକ ଡା.ଗୌରବ ଦୀକ୍ଷିତ କହିଛନ୍ତି, ସାଧାରଣତଃ ଲ୍ୟୁକେମିଆ ସମସ୍ୟା ପିଲାମାନଙ୍କ ଠାରେ ଅଧିକ ଦେଖାଯାଏ । କିନ୍ତୁ ଏହାର ଶିକାର କୌଣସି ବି ବୟସର ଲୋକମାନେ ହୋଇପାରିବେ । ଲ୍ୟୁକେମିଆକୁ ବୁଝିବାକୁ ହେଲେ ଆମକୁ ରକ୍ତ କୋଷିକାକୁ ବୁଝିବାକୁ ହେବ । ଆମ ରକ୍ତରେ ୩ ମୁଖ୍ୟ ପ୍ରକାରର ରକ୍ତ କୋଷିକା ରହିଥାଏ । ଏଥିମଧ୍ୟରୁ ଲାଲ ରକ୍ତ କୋଷିକା ବା ଆରବିସିର କାମ ଅକ୍ସିଜେନ ପ୍ରବାହିତ କରିବା । ସେହିପରି ଶ୍ୱେତ ରକ୍ତ କୋଷିକା ଶରୀରରେ ସଂକ୍ରମଣ ସହ ଲଢିଥାଏ ଓ ପ୍ଲେଟଲେଟସ୍‌ର କାମ ହେଉଛି ଆଘାତ ଲାଗିବା ପରେ ରକ୍ତକୁ ଜମାଟ ବାନ୍ଧିବାରେ ସାହାଯ୍ୟ କରିବା ।

ଏକ ସୁସ୍ଥ ଶରୀରରେ ପ୍ରତି ମୁହୂର୍ତ୍ତରେ ନୂଆ ରକ୍ତ କୋଷିକା ସୃଷ୍ଟି ହୋଇଥାଏ ଓ କିଛି ସପ୍ତାହ ମଧ୍ୟରେ ମରି ଯାଇଥାଏ । ଲ୍ୟୁକେମିଆ ହେବା ଦ୍ୱାରା ଶରୀରରେ ଶ୍ୱେତ ରକ୍ତ କୋଷିକା ଅଧିକ ସୃଷ୍ଟି ହୋଇଥାଏ । ଏହାଦ୍ୱାରା ଅନ୍ୟ କୋଷିକା ଓ ଶରୀରର ମହତ୍ତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟ ଉପରେ ପ୍ରଭାବ ପଡିଥାଏ । ଏହି କ୍ୟାନସର କୋଷିକା ଅସ୍ଥିରେ ବୃଦ୍ଧି ପାଇଥାଏ ।

ଲ୍ୟୁକେମିଆର ସଠିକ୍ କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ । କିନ୍ତୁ କେତେକ ବିଶେଷ ସ୍ଥିତିରେ ଏହାର ଅଧିକ ଭୟାନକ ହୋଇଥାଏ । ଫ୍ରି ରେଡିକଲ୍ସ ସଂପର୍କରେ ଆସିବା, ଧୂମପାନ କରିବା ଓ କିଛି ମାମଲାରେ ବଂଶଗତ କାରଣରୁ ଏହି ରୋଗରେ ଶିକାର ହେବାକୁ ପଡିଥାଏ ।
କେଉଁ ସ୍ଥିତିରେ ହେବେ ସତର୍କ:
୧-ପରିବାରରେ ଲ୍ୟୁକେମିଆର ଇତିହାସ ଥିଲେ
୨-ଡାଉନ ସିଣ୍ଡ୍ରୋମ ପରି ବଂଶାନୁଗତ ସମସ୍ୟା ଥିଲେ
୩-କେମେଥେରାପୀ କିମ୍ବା ରେଡିଏସନରେ କ୍ୟାନସର ଚିକିତ୍ସା ହୋଇଥିଲେ
୪-ବେନଜିନ୍ ପରି ରସାୟନର ସଂପର୍କରେ ଆସିବା
୫-କେତେକ ହେୟାର ଡାଇ ବି ବିପଦକୁ ବଢାଇ ଦେଇଥାଏ ।

Get real time updates directly on you device, subscribe now.