fbpx

ମଣିପୁର ମୁଖ୍ୟମନ୍ତ୍ରୀ ବିରେନ୍ ସିଂହଙ୍କ କାରକେଡକୁ ଗୁଳିମାଡ଼, ଜଣେ ଆହତ

ନୂଆଦିଲ୍ଲୀ: ମଣିପୁରରେ ହିଂସା ଥମିବାର ନାମ ନେଉନି । ଏହାରି ମଧ୍ୟରେ ବର୍ତ୍ତମାନ ଆଉ ଏକ ଖବର ସାମ୍ନାକୁ ଆସିଛି । ମଣିପୁର ମୁଖ୍ୟମନ୍ତ୍ରୀ ବିରେନ୍ ସିଂହଙ୍କ କାରକେଡକୁ ଆକ୍ରମଣ କରାଯାଇଛି । କୁକୀ ସଂପ୍ରଦାୟ ପକ୍ଷରୁ ଗୁଳି କରାଯାଇଛି ବୋଲି ସୂଚନା ମିଳିଛି । ତେବେ ସବୁଠାରୁ ଆଶ୍ୱସ୍ତିକର କଥା ହେଉଛି, ଏହି ଆକ୍ରମଣ ସମୟରେ ମୁଖ୍ୟମନ୍ତ୍ରୀ କାରକେଡରେ ନଥିବାର ସୂଚନା ମିଳିଛି । ତେବେ ଏହି ଗୁଳିମାଡରେ ଜଣେ ଆହତ ହୋଇଛନ୍ତି । ତାଙ୍କୁ ବର୍ତ୍ତମାନ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପୋଲିସ କହିଛି ଯେ, ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ସୁରକ୍ଷାବଳ କାଫିଲା ମଣିପୁରର ହିଂସା ପ୍ରଭାବିତ ଜିରୀବାମ ଜିଲ୍ଲାକୁ ଯାଉଥିଲା । ହେଲେ ଏହି ସମୟରେ ଅଚାନକ ଅନେକ ରାଉଣ୍ଡ ଗୁଳି କରାଯାଇଥିଲା । ଏହାକୁ ଦେଖି ସୁରକ୍ଷାବଳ ତୁରନ୍ତ ଜବାବ ଦେଇଥିଲେ । କୋଟଲେନ ଗାଁ ପାଖରେ ଫାୟରିଂଗ ଏବେ ବି ଜାରି ରହିଛି ।

ଜଣେ ଅଧକାରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ବିରେନ ସିଂହ ବର୍ତ୍ତମାନ ଦିଲ୍ଲୀରୁ ମଣିପୁର ଇମ୍ଫାଲରେ ପହଞ୍ଚି ନାହାନ୍ତି । ସେ ଜିଲ୍ଲାରେ ସ୍ଥିତିକୁ ପରିଦର୍ଶନ କରିବା ପାଇଁ ଜିରୀବାମ ଯିବାର ଯୋଜନା କରିଥିଲେ । ଏହି ସମୟରେ ଉଗ୍ରବାଦୀମାନେ ଜିରୀବାମାରେ ଦୁଇ ପୋଲିସ ପୋଷ୍ଟ, ଜଙ୍ଗଲ ବିଭାଗ କାର୍ଯ୍ୟାଳୟ ଏବଂ ୫୦ରୁ ଅଧିକ ଘରେ ନିଆଁ ଲଗାଇ ଦେଇଥିଲେ ।

Get real time updates directly on you device, subscribe now.