କେନ୍ଦ୍ରମନ୍ତ୍ରୀଙ୍କ ପରିବାରରେ ଭାଇ-ଭାଇ ମଧ୍ୟରେ ଗୁଳିକାଣ୍ଡ, ସାନ ଭାଇ ଗୁଳିରେ ବଡ଼ ଭାଇର ମୃତ୍ୟୁ
କେନ୍ଦ୍ରମନ୍ତ୍ରୀଙ୍କ ଘରେ ବଡ଼ ଅଘଟଣ। ଦୁଇ ଭାଇଙ୍କ ମଧ୍ୟରେ ସାମାନ୍ୟ ପାଣିକୁ ନେଇ ଗୁଳିକାଣ୍ଡ। ସାନ ଭାଇ ଗୁଳିରେ ଟଳି ପଡ଼ିଲା ବଡ଼ ଭାଇ।
ବିହାର: କେନ୍ଦ୍ରମନ୍ତ୍ରୀଙ୍କ ଘରେ ଗୁଳିକାଣ୍ଡ। ଭାଇର ଗୁଳିରେ ପ୍ରାଣ ହରାଇଲା ଭାଇ। ମା ଆହତ। ଯଦି ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଘରେ ଏପରି ହିଂସାତ୍ମକ ଘଟଣା ଘଟିପାରୁଛି ତେବେ ସାଧାରଣ ଲୋକଙ୍କ କଥା ନ କହିବା ଭଲ। ତେବେ ଏହିଭଳି ଏକ ଅବିଶ୍ୱସନୀୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଘରେ। ସାମାନ୍ୟ ପାଣିକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା।
ଆଉ ପରେ ଦୁଇ ଭାଇଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଥିଲା। ଆଉ ସାମାନ୍ୟ ପାଣି ବିବାଦ ଏତେ ବାଟ ବଢିଗଲା ଯେ, ଦୁଇ ଭାଇଙ୍କ ମଧ୍ୟରେ ଗୁଳି ବିନିମୟ ହେଲା। ଆଉ ସେହି ଗୁଳିକାଣ୍ଡରେ ସାନ ଭାଇର ଗୁଳିରେ ପ୍ରାଣ ହରାଇଲା ବଡ଼ ଭାଇ।
କେନ୍ଦ୍ରମନ୍ତ୍ରୀଙ୍କ ଘରେ ଗୁଳିକାଣ୍ଡ: ତେବେ ଏହି ଘଟଣାଟି ହେଉଛି ବିହାରର ନବଗଛିଆର ଘଟଣା। ଯେଉଁଠାରେ କେନ୍ଦମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଦୁଇ ଭଣଜାଙ୍କ ମଧ୍ୟରେ ଗୁଳି ବିନିମୟର ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟଜଣେ ଭାଇ ଏବଂ ତାଙ୍କ ମା’ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ତେବେ ଏହି ଗୁଳିକାଣ୍ଡ ହେବାର ମୂଳ କାରଣ ହେଉଛି ପାଣି। ଆଉ ଗୁଳି ବିନିମୟ ହୋଇଥିବା ଦୁଇ ଯୁବକ ହେଉଛନ୍ତି ସମ୍ପର୍କରେ ଦୁଇ ଭାଇ। ଯିଏକି କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଦୁଇ ଭଣଜା। କିଛି ଦିନ ହେବ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଆଉ ଯାହାର ଶେଷ ହେଉଛି ହତ୍ୟା।
ଭାଇକୁ ହତ୍ୟା କଲା ଭାଇ: ତେବେ ନଭଗଛିୟା ପୋଲିସ କହିଛି ଯେ ପାଣି ପାଇଁ ବିବାଦକୁ ନେଇ ଦୁଇ ଭାଇ ବିଶ୍ୱଜିତ ଏବଂ ଜୟଜିତଙ୍କ ମଧ୍ୟରେ ଗୁଳିଚାଳନା ହୋଇଥିଲା। ମୃତ ବିଶ୍ୱଜିତ ଯାଦବ ଏବଂ ଜୟଜିତ ଯାଦବ ଉଭୟ ନବଗଛିଆର ଜଗତପୁର ଗାଁରେ ଗୋଟିଏ ଘରେ ଏକାଠି ରହୁଥିଲେ।
ବିଶ୍ୱଜିତ ବଡ଼ ଥିଲେ ଏବଂ ଜୟଜିତ ସାନ ଥିଲେ। ଦୁହେଁ ଚାଷ କରି ଜୀବିକା ନିର୍ବାହ କରୁଥିଲେ। କୁହାଯାଉଛି ଯେ ନଳକୂପ ପାଣିକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା, ଯାହା ପରେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଜୟଜିତ ବିଶ୍ୱଜିତଙ୍କ ଉପରେ ଗୁଳି ଚଳାଇଥିଲେ।
ଆହତ ବିଶ୍ୱଜିତ ମଧ୍ୟ ଗୁଳି ଚଳାଇ ପାଲଟା ଗୁଳି ଚଳାଇଥିଲେ। ହସ୍ପିଟାଲ ନେବା ବାଟରେ ବିଶ୍ୱଜିତଙ୍କ ମୃତ୍ୟୁ ହୋଇଯାଇଥିଲା, ଜୟଜିତ ଓ ତାଙ୍କ ମା ଗୁରୁତର ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ବେଳେ ମେଡ଼ିକାଲରେ ଚିକିତ୍ସା ଚାଲିଛି।