fbpx

ଗୁଳିମାଡ଼ରେ ଗୋଟିଏ ଶିଶୁ ସମେତ ୮ ମୃତ

ମେକ୍ସିକୋ: ଉତ୍ତର-ମଧ୍ୟ ମେକ୍ସିକୋର ଦୁଇଟି ଘରେ ହୋଇଥିବା ଗୁଳିମାଡ଼ରେ ଗୋଟିଏ ଶିଶୁ ସମେତ ୮ଜଣଙ୍କର ମୃତ୍ୟୁ ହୋଇଯାଇଛି । ବୁଧବାର ଦିନ ଏନେଇ ସୂଚନା ଦିଆଯାଇଛି । କୁହାଯାଉଛି ଯେ, ଏହି ହମଲାରେ ଗୋଟିଏ ଘରର ୪ଜଣଙ୍କୁ ଟାର୍ଗେଟ କରାଯାଇଥିଲା ଓ ଏହି ସମୟରେ ଜଣେ ମହିଳାଙ୍କୁ ଗୁଳି ବାଜିଥିଲା । ଯାହାଫଳରେ ତାଙ୍କର ମୁତ୍ୟୁ ହୋଇଯାଇଥିଲା ।

ସୂଚନା ଯେ, ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ହୋଇଥିଲା । ମୃତକଙ୍କ ବ୍ୟତୀତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକାରୀ ମାନେ କହିଛନ୍ତି ଯେ, ନିକଟରେ ଥିବା ଘରର ଜଣେ ମହିଳା ଓ ଗୋଟିଏ ଶିଶୁ ମୃତ ଠାବ ଭାବରେ ଠାବ ହୋଇଥିଲେ । ଦୁହିଁଙ୍କ ଶରୀରରେ ଗୁଳିର ଚିହ୍ନ ରହିଥିଲା । ହେଲେ ଏବେ ଯାଏ ସ୍ପଷ୍ଟ ହୋଇନାହିଁ ଯେ, ଉକ୍ତ ମହିଳା ଓ ଶିଶୁ ସେମାନଙ୍କ ଟାର୍ଗେଟରେ ଥିଲେ ନା ନାହିଁ ।

Get real time updates directly on you device, subscribe now.