ଉତ୍ତରପ୍ରଦେଶ: ନିଶାସକ୍ତ ଅବସ୍ଥାରେ ପୋଲିସର ଗୁଣ୍ଡାଗିରି। ଖରାପ ବ୍ୟବହାର କରି ଲୋକଙ୍କୁ ମାରିଲେ ମାଡ଼। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆମ୍ବେଦକର ନଗରରେ।
ନିଶାସକ୍ତ ପୋଲିସର ଗୁଣ୍ଡାଗିରି ଏବେ ସମସ୍ତଙ୍କ ସାମ୍ନାକୁ ଆସିଛି। ସିଭିଲ ଡ୍ରେସ ପିନ୍ଧିଥିବା ଚାରି ଜଣ ପୋଲିସ କର୍ମଚାରୀ ଏକ ଢାବା ଭିତରେ ପଶି ହଙ୍ଗାମା କରିଥିଲେ। ଯେତେବେଳେ ଢାବା ମାଲିକ ସେମାନଙ୍କୁ ଖାଦ୍ୟ ଦେବାକୁ ମନା କଲେ, ସେମାନେ ତାଙ୍କୁ ମାଡ଼ ମାରିଥିଲେ।
ତା ପରେ ସେମାନେ ଢ଼ାବା ମାଲିକଙ୍କୁ ବାହାରକୁ ନେଇଯାଇଥିଲେ ଏବଂ ମାଡ଼ ମଧ୍ୟ ମାରିଥିଲେ। ଯାହା ସିସିଟିଭିରେ କଏଦ ହୋଇଛି। ଘଟଣାଟି ଆକବରପୁର କୋତୱାଲି ଅଞ୍ଚଳର। ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ଟାଣ୍ଡା ଏବଂ ବାସଖରୀ ବାଇପାସରେ ଏକ ଢାବା ଅଛି।
ଢ଼ାବା ମାଲିକଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ସିଭିଲ ଡ୍ରେସରେ ଚାରି ଜଣ ପୋଲିସ କର୍ମଚାରୀ ଏହି ଢାବାରେ ଖାଇବାକୁ ଆସିଥିଲେ ଏବଂ ଢାବା କର୍ମଚାରୀଙ୍କ ସହିତ ଖରାପ ବ୍ୟବହାର ଆରମ୍ଭ କରିଥିଲେ।
ଯେତେବେଳେ କର୍ମଚାରୀ ଆସି ମୋତେ କହିଲେ, ମୁଁ ଏହି ଲୋକଙ୍କ ପାଖକୁ ଯାଇଥିଲି। ଏହି ଲୋକମାନେ ସିଗାରେଟ୍ ଟାଣି ମତେ ଗାଳି କଲେ। ଏହି ଲୋକଙ୍କ କାର୍ଯ୍ୟକଳାପ ଦେଖି ଅନେକ ଗ୍ରାହକ ଚାଲିଯିବା ଆରମ୍ଭ କଲେ। ଆମେ ଏହି ଲୋକମାନଙ୍କୁ ଅଟକାଇଲୁ ଏବଂ ଆରାମରେ ବସିବାକୁ କହିଲୁ।
ଏହା ପରେ, ସେମାନେ ଆମ କଲର ଧରି ଆମକୁ ବାହାରକୁ ନେଇ ମାଡ଼ ମାରିଲେ। ଢାବା ମାଲିକଙ୍କ ଅନୁଯାୟୀ, ଏହି ଘଟଣାରେ ମନଜିତ, ସନ୍ଦୀପ ରାୱଲ, ମୋହିତ ଗୁର୍ଜର ଏବଂ ସନ୍ଦୀପ ସିରୋହି ସମେତ ଚାରି ଜଣ ସାମିଲ ଥିଲେ।
ଢ଼ାବା ମାଲିକ ପୋଲିସ ଆଗରେ ଅଭିଯୋଗ କରିବା ପରେ ଏସପି କେଶବ କୁମାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ଦୁର୍ବ୍ୟବହାର କରିଥିବା 4 କନଷ୍ଟେବଳଙ୍କୁ ନିଲମ୍ବିତ କରିଛନ୍ତି।