ସୁନ୍ଦରଗଡ: ବନ୍ଧୁକ ଦେଖାଇ ସୁନା ଗହଣା ଲୁଟିନେଲେ ଦୁର୍ବୁତ୍ତ। ଏହି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡର ସଦର ଥାନା କନ୍ଦାବାହାଲ ଗାଁରେ। ବିଳମ୍ବିତ ରାତିରେ 7ଜଣ ମୁଖାପିନ୍ଧା ଦୁର୍ବୁତ୍ତ ଘରେ ପରି ଘର ଲୋକଙ୍କୁ ବନ୍ଧୁକ ଅଗରେ ରଖି ଆତଙ୍କ ଖେଳାଇ ଲୁଟିଲେ।
12 ଭରି ସୁନା ସହ ଏକ ଲକ୍ଷ କ୍ୟାସ ଓ ମୋବାଇଲ ନେଇ ଛୁ ମାରିଲେ ଦୁର୍ବୁତ୍ତ। ସଦର ଥାନାରେ ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ଏହି ଘଟଣାକୁ ନେଇ ତଦନ୍ତ କରୁଛି।