ପୁରୀ: ସରିଲା ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର ଆଇନରେ ସଂଶୋଧନ କରାଯିବ ।
ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କୁ ଦିଆଯିବ ପ୍ରସ୍ତାବ । ରାଜ୍ୟ ସରକାରଙ୍କୁ ୪ଟି ପ୍ରସ୍ତାବ ଦେବା ଲାଗି ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ।
୧-ଜାଣିଶୁଣି ମୋବାଇଲ ବ୍ୟବହାର କଲେ ଦଣ୍ଡ ବ୍ୟବସ୍ଥା
୨-ମହାପ୍ରଭୁଙ୍କ ସଂସ୍କୃତି, ଗରିମାକୁ କ୍ଷ୍ୟୁର୍ଣ୍ଣ ହେବାକୁ ଦିଆଯିବ ନାହିଁ । ସୋସିଆଲ ମିଡିଆରେ ପୋଷ୍ଟ କଲେ କଠୋର ଦଣ୍ଡ ମିଳିବ । ଏନବିଡବ୍ଲୁ ଜାରି ସହ ୭ ବର୍ଷ ଯାଏଁ ଜେଲଦଣ୍ଡ ହେବ
୩- ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇଲେ ସ୍ୱତନ୍ତ୍ର ଦଣ୍ଡ ବ୍ୟବସ୍ଥା
୪-ଶ୍ରୀମନ୍ଦିର ପରିଚାଳନା କମିଟି ପରାମର୍ଶରେ ଦଣ୍ଡ ବିଧାନ ହେବ
ଶ୍ରୀମନ୍ଦିର ଆଇନ ୧୯୫୫ ଅନୁଯାୟୀ ୩ ବର୍ଷ ଯାଏଁ ଦଣ୍ଡ ଦିଆଯିବାର ବ୍ୟବସ୍ଥା ରହିଛି ।