ଭୁବନେଶ୍ୱର: ବିଜେଡ଼ି ପରାଜୟ ଯେପରି ଦଳକୁ ଛାରଖାର କରିଦେଇଛି । ଦଳ ସୃଦୁଢ଼ ହେବା ଦୂର ଏଠି ପ୍ରତିଦିନ ଦଳ କିଭଳି ଖଣ୍ଡ ଖଣ୍ଡ ହେଉଛି ତାହାର ଖବର ସାମ୍ନାକୁ ଆସୁଛି । ର୍କମୀ ମାନଙ୍କ ଭିତରେ ଅସନ୍ତୋଷ ପ୍ରତିଦିନ ବଢ଼ୁଛି । ଦଳୀୟ କନ୍ଦଳ ହାଟରେ ପଡି ଘାଟରେ ଗଢୁଛି। ଏହା ଭିତରେ ଶ୍ରୀମୟୀଙ୍କ ଏକ ଟ୍ୱିଟ ସଭିଙ୍କୁ ସ୍ତବ୍ଧ କରିଦେଇଛି । ସେ ତାଙ୍କ ଟ୍ୱିଟରେ ଧୃତରାଷ୍ଟ୍ରଙ୍କ କଥା ବର୍ଣ୍ଣନା କରିଛନ୍ତି । କହିବାକୁ ଗଲେ ପରୋକ୍ଷରେ ସେ କାହାକୁ ଟାର୍ଗେଟ କରିଥିବା ଭଳି ସୂଚିତ ହେଉଛି । ହେଲେ ଶ୍ରୀମୟୀ କାହାକୁ ଏବଂ କାହିଁକି ଏଭଳି କହିଛନ୍ତି ତାହା ଉପରେ ଅଧିକ ସୂଚନା ନାହିଁ ।
ଯଦି ଆମେ ଶ୍ରୀମୟୀଙ୍କ ପୋଷ୍ଟ ଉପରେ ନଜର ପକାଇବା ସେ ଲେଖିଛନ୍ତି ଯେ କିଛି ଲୋକ ଧୃତରାଷ୍ଟ୍ରଙ୍କ ପରି ଅନ୍ଧ ଯେଉଁମାନେ ଅନ୍ୟାୟ ରୋକିବାକୁ ପସନ୍ଦ କରନ୍ତି ନାହିଁ । ଇତିହାସ ଏପରି ଅଯୋଗ୍ୟ ରାଜାଙ୍କୁ କେବେ କ୍ଷମା କରେ ନାହିଁ ଏବଂ ସେମାନଙ୍କର ନୀରବତା ଦୁଃଖର କାରଣ ବୋଲି ସେ ଲେଖିଛନ୍ତି । ତେବେ ପ୍ରଶ୍ନ ଉଠୁଛି ଏଠି ଶ୍ରୀମୟୀ କାହାକୁ ଧୃତରାଷ୍ଟ୍ର ବୋଲି ବାଖ୍ୟା କରିଛନ୍ତି । କାହାର ଚୁପ୍କୁ ସେ ତାଙ୍କ ଟ୍ୱିଟ୍ ରେ ସ୍ଥାନ ଦେଇଛନ୍ତି । ପରୋକ୍ଷରେ ଶ୍ରୀମୟୀ କାହାକୁ ଟାର୍ଗେଟ କରିଛନ୍ତି ? ନବୀନ ନା ଆଉ କିଏ ? ଏହା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । କେବଳ ଏତିକି ନୁହେଁ ମହିଳା ମାନଙ୍କୁ ନ୍ୟାୟ ମିଳୁ ନଥିବା ନେଇ ମଧ୍ୟ ଏକ ଭିଡିଓ ପୋଷ୍ଟ କରିଛନ୍ତି ।
ସୂଚନା ଅନୁସାରେ ଏହା କୌଣସି ପ୍ରଥମ ଘଟଣା ନୁହେଁ। ଏହା ର୍ପୂବରୁ ଅନେକ ଥର ଶ୍ରୀମୟୀଙ୍କ ପୋଷ୍ଟ ଚର୍ଚ୍ଚାର ବିଷୟ ପାଲଟିଥାଏ। ତାଙ୍କର ଏକ ସାଧାରଣ ଟ୍ୱିଟ ଦଳ ଭିତରେ ଥିବା ଅସନ୍ତୋଷ ଏବଂ ଦଳୀୟ କନ୍ଦଳକୁ ପରୋକ୍ଷରେ ଦେଖାଇଥାଏ । କିନ୍ତୁ ଏଥର ତାଙ୍କର ନିଶାନା କାହା ଉପରେ କିଛି ସ୍ପଷ୍ଟ ହୋଇ ନାହିଁ । କାହା ଉପରେ ଶ୍ରୀମୟୀ ନିଜର ଅସନ୍ତୋଷ ଝାଡିଛନ୍ତି ହୁଏତ ତାହା ଆଗକୁ ଜଣା ପଡିବ କିନ୍ତୁ ଏବେ ଏହି ଘଟଣା ରାଜନୈତିକ ମାହୋଲକୁ ଖୁବ ଉଷ୍ମ କରୁଛି ।