ଭକ୍ତଙ୍କ ପାଇଁ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା, ୩୦ କୋଟି ଟଙ୍କାର ବ୍ୟୟ ବରାଦ

ଗରିବ ଭକ୍ତ ସଦର ମହକୁମାରୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ଘୋଷଣା ହେଲା ବଜେଟ୍ ।

ଭୁବନେଶ୍ବର: ଗରିବ ଭକ୍ତଙ୍କ ପୂରଣ ହେବ ମନସ୍କାମନା । ଏଥିପାଇଁ ବଜେଟରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭକ୍ତଙ୍କ ପାଇଁ କରାଯାଉଛି ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା । ଏଥିପାଇଁ ବଜେଟରେ ୩୦ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ହୋଇଛି ।

ଏଥିରେ ଗରିବ ଭକ୍ତ ସଦର ମହକୁମାରୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ତେବେ ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡିଆ ସଂସ୍କୃତିର ପ୍ରାଣକେନ୍ଦ୍ର ଅଟନ୍ତି । ରତ୍ନ ସିଂହାସନରେ ବିରାଜମାନ ମହାପ୍ରଭୁଙ୍କୁ ଦେଖିବାକୁ ପ୍ରତିଟି ଓଡିଆଙ୍କ ଇଚ୍ଛା ।

ଗରିବ ଭକ୍ତଙ୍କ ମନସ୍କାମନା ପୂରଣ କରିବାକୁ ନୂଆ ଯୋଜନା ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ଆରମ୍ଭ କରାଯାଉଛି । ପ୍ରତ୍ୟେକ ଜିଲ୍ଲା ସଦରମହକୁମାରୁ ଶ୍ରୀ ଜଗନ୍ନାଥ ଦର୍ଶନ ପାଇଁ ସ୍ୱତନ୍ତ୍ର ବସରେ ଗରିବ ଭକ୍ତମାନେ ମାଗଣାରେ ପୁରୀ ଆସିପାରିବେ । ଜଗନ୍ନାଥ ଦର୍ଶନ କରିବା ସହିତ ଅବଢା ଖାଇବାର ବ୍ୟବସ୍ଥା କରାଯିବ ବୋଲି ମୋହନ ମାଝୀ କହିଛନ୍ତି ।