ଧ୍ରୁତରାଷ୍ଟ୍ର, ଭଣ୍ଡ ସନ୍ନ୍ୟାସୀ ପାଇଁ ଦଳରୁ ନିଲମ୍ବିତ ହେବା ପରେ ବିଜେଡିର ଭୋଟିଂ ଗୁମର ଖୋଲିଲେ ଶ୍ରୀମୟୀ

ଭୁବନେଶ୍ୱର: ବିଜେଡିରୁ ନିଲମ୍ବନ ପରେ ପୁଣି ଥରେ ବିଜେଡି ଉପରେ ବର୍ଷିଲେ ଶ୍ରୀମୟୀ ମିଶ୍ର । ସୋସିଆଲ ମିଡିଆ ପୋଷ୍ଟରେ ଲେଖିଲେ ଗଣତନ୍ତ୍ରର ଅପମାନ ।

“ଆମେ ଏକ ଗଣତାନ୍ତ୍ରିକ ଦେଶରେ ଭୋଟ ଦେଉ, ଭୋଟର ଆଇଡି ଏବଂ ଏପିକ୍ ନମ୍ବର ଆବଶ୍ୟକ କରୁ । ସଭାପତି ଭୋଟ୍ ଦେବାକୁ ହେଲେ ସଦସ୍ୟତା ନମ୍ବର ରହିବା ଉଚିତ୍ । ଯଦି ସଦସ୍ୟଙ୍କ ନମ୍ବର ନାହିଁ, ତେବେ ନିର୍ବାଚନ ନିୟମାନୁମୋଦିତ ନୁହେଁ । ଦଳ ଦ୍ୱାରା ପରିଚାଳିତ ନିର୍ବାଚନ ପ୍ରକୟିୟା ନିୟମାନୁମୋଦିନ ନ ଥିଲା । ଯାହାକି ଗଣତନ୍ତ୍ର ପ୍ରତି ଅପମାନ” ବୋଲି ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଶ୍ରୀମୟୀ ।

ପାଣ୍ଡିଆନଙ୍କୁ ଧ୍ରୁତରାଷ୍ଟ୍ର ଓ ଭଣ୍ଡ ସନ୍ନ୍୍ୟାସୀ କହି ସୋସିଆଲ ମିଡିଆରେ ମନ୍ତବ୍ୟ ଦେବା କାରଣରୁ ଶ୍ରୀମୟୀଙ୍କୁ ଗତକାଲି ରାତିିରେ ଦଳରୁ ନିଲମ୍ବନ କରାଯାଇଛି । ଯାହାପରେ ଗତ ରାତିରେ ଏକ ପୋଷ୍ଟ ଶେୟାର କରି ଶ୍ରୀମୟୀ କହିଥିଲେ, କାହା ସହିତ ସାଲିସ କିରିନି ନା କେବେ କରିବି ନାହିଁ ।

ଆଜି ପୁଣି ଶ୍ରୀମୟୀ ବିଜେଡି ଉପରେ ବର୍ଷିଛନ୍ତି ସୋସିଆଲ ମିଡିଆ ଜରିଆରେ । ଦଳ ଭୋଟିଂ ଗୁମର ଖୋଲିଛନ୍ତି ବିଜେଡି ଦଳର ପୂର୍ବତନ ସଦସ୍ୟା ।