fbpx

ଛୋଟ ସିନା ଦାନ ତା’ ମହାନ; ଅଙ୍ଗଦାନ କରି ୮ଜଣଙ୍କୁ ଜୀବନ ଦେଇ ରାଷ୍ଟ୍ରୀୟ ସମ୍ମାନ ସହ ବିଦାୟ ନେଲେ ଶୁଭଜିତ

Advertisement

ଭୁବନେଶ୍ୱର: ଆଶା ଥିଲା ବଡ଼ ହୋଇ ଡାକ୍ତର ହେବେ, ରୋଗୀ ମାନଙ୍କ ସେବା କରିବେ । କାହାଠାରୁ ଟଙ୍କା ନେବେ ନାହିଁ, ମାଗଣାରେ ରୋଗୀଙ୍କୁ ଚିକିତ୍ସା କରି ଭଲ କରିବେ । ଘରେ ମଧ୍ୟ ଡାକ୍ତର ହେବାର ଅଭିନୟ କରୁଥିଲେ । ହେଲେ ଅଚାନକ ସବୁ କିଛି ଏପଟ ସେପଟ ହୋଇଗଲା । ଶୁଭଜିତ ସେବା କରିବା ବଦଳରେ ତାଙ୍କର ସବୁ ଅଙ୍ଗ ଦାନ କରିଦେଲେ । ଏବେ ଶୁଭଜିତଙ୍କ ପାଇଁ ଜୀବନ ପାଇବେ ଆଠ ଜଣ । ଦିନେ ଯେଉଁ ଶୁଭଜିତ ରୋଗୀଙ୍କ ସେବା କରିବେ ବୋଲି କହୁଥିଲେ ସେହି କୁନି ହୃଦୟ ଆଜି ଅମର ହୋଇଯାଇଛନ୍ତି । ହଁ ଆଜ୍ଞା ମୃତ୍ୟୁ ପରେ ୮ ଜଣଙ୍କୁ କରିଛନ୍ତି ଅଙ୍ଗଦାନ ।
ଟିକେ ଏହି ସବୁ ଭିଡ଼ିଓକୁ ଦେଖନ୍ତୁ । ଏମିତି କିଛି ଅଭିନୟ କରୁଥିଲେ ଶୁଭଜିତ । କେତେବେଳେ ଡାକ୍ତର ହୋଇ ତ ପୁଣି କେତେବେଳେ ନିଜର ନାଚରେ । ଘର ପୁରା ଖୁସରେ ଫାଟି ପଡ଼ୁଥିଲା । ଶୁଭଜିତଙ୍କ ପାଇଁ ଘର ସବୁବେଳେ ହସୁଥିଲା । ହେଲେ ଶୁଭଜିତଙ୍କ ପାଇଁ ମୃତ୍ୟୁ ଜଲଦି ଚାଲି ଆସିଛି । ଏତେ ଜଲଦି ଆସିଛି ଯେ ଜୀବନ କଣ ବୁଝିବା ଆଗରୁ ଜୀବନ ଦୀପ ବୁଝି ଯାଇଛି । ଶରୀର ରୋଗୀଙ୍କ ସେବା କରିବା ପୂର୍ବରୁ ଅନ୍ୟ ଶରୀରରେ ଯାଇ ଅଙ୍ଗ ଲାଗି ଯାଇଛି । ଖୁସି କଣ ଜାଣିବା ଆଗରୁ ମାଡ଼ି ବସିଛି ଦାରୁଣ ଦୁଃଖ । ଡାକ୍ତର ହୋଇଥାନ୍ତେ ହେଲେ ଡାକ୍ତର ତାଙ୍କ ଦେହରୁ ଆଜି ଅଙ୍ଗକାଢ଼ିଛନ୍ତି ।

ଏ ହେଉଛନ୍ତି ଭୁବନେଶ୍ୱର କଳ୍ପନା ଅଞ୍ଚଳର ତୃତୀୟ ଶ୍ରେଣୀର ଛାତ୍ର ଶୁଭଜିତ । ଅଞ୍ଚଳର ତୃତୀୟ ଶ୍ରେଣୀର ଛାତ୍ର ସୁବୋଜିତ ମସ୍ତିଷ୍କ ରୋଗରେ ପୀଡିତ ହୋଇ ତିନିଦିନ ଧରି ଭୁବନେଶ୍ବର ରଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ। ଗତକାଲି ତାଙ୍କର ବ୍ରେନ୍ ଡେଡ୍ ଘୋଷଣା ହେବା ପରେ ପରିବାର ଲୋକେ ପୁଅର ଅଙ୍ଗଦାନ ପାଇଁ ଇଚ୍ଛା ପ୍ରକାଶ କରି ଅଙ୍ଗଦାନ ସମିତି ସହ ଯୋଗାଯୋଗ କରିଥିଲେ. ଆଉ ଶେଷରେ ନିଜ ଛୁଆ ର ଅଙ୍ଗଦାନ କରି ଅମର ହୋଇଗଲା ଆଠ ବର୍ଷର ସୁବୋଜିତ। ପୁଅର ମୃତ୍ୟୁ ପରେ ଶରୀର ଦାନ କଲେ ପରିବାର ଲୋକେ। ଭୁବନେଶ୍ଵର କଳ୍ପନା ଅଞ୍ଚଳର ତୃତୀୟ ଶ୍ରେଣୀର ଛାତ୍ର ସୁବୋଜିତ ମସ୍ତିଷ୍କ ରୋଗରେ ପୀଡିତ ହୋଇ ତିନିଦିନ ଧରି ଭୁବନେଶ୍ବର ରଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ। ଗତକାଲି ତାଙ୍କର ବ୍ରେନ୍ ଡେଡ ଘୋଷଣା ହେବା ପରେ ପରିବାର ଲୋକେ ପୁଅର ଅଙ୍ଗଦାନ ପାଇଁ ଇଚ୍ଛା ପ୍ରକାଶ କରି ଅଙ୍ଗଦାନ ସମିତି ସହ ଯୋଗାଯୋଗ କରିଥିଲେ।ଆଉ ଶେଷରେ ସୁବୋଜିତ ଙ୍କ ଅଙ୍ଗଦାନ କରାଇଛି । ସମାଜ ପାଇଁ ଏକା ଉଦାହରଣ ପାଲଟିଛନ୍ତି ।

ସେପଟେ ଅନ୍ତିମ ସତ୍କାରକୁ ସହି ପାରୁ ନାହାଁନ୍ତି ଶୁଭଜିତଙ୍କ ମାଆ ଜଣକ । ଯେଉଁ ଛୁଆ ଗଦିରେ ଶୋଉଥିଲା ତାକୁ ଜୁଇ ଉପରେ ଦେଖି ତାଙ୍କ ଛାତି ଫାଟି ପଡ଼ୁଛି । ଯାହାକୁ ମାର ପଣତ ସବୁବେଳେ ଖରା ତରାରରେ ଘୋଡ଼ାଇ ଦେଉଥିଲା ସେହି କୁନି ପୁଅ ଆଜି ଜୁଇରେ ଜଳିଯାଇଛି । ଏହାକୁ ଦେଖି କେଉଁ ମାର ମା ମନ ସହିବ । ପୁରା ଶ୍ମଶାନ ଆଜି କାନ୍ଦ ବୋବାଳିରେ ଫାଟି ପଡ଼ୁଛି । ଶୁଭତିଙ୍କ ଶେଷ ଯାତ୍ରାରେ ଗଦା ହୋଇଛନ୍ତି ପୁଳା ପୁଳା ଲୋକ । ଗହଳି ଭିତରେ ଶୁଭୁଛି ଗୋଟିଏ ମାଙ୍କର ବୁକୁଫଟା ଚିତ୍କାର । ବାପା ଜେଜେ ମା ଭାଇ ଭଉଣୀ ମୁଷା ମାଉଷି ସମସ୍ତେ ଆଜି ଛାତି ଫଟାଇ କାନ୍ଦୁଛନ୍ତି ।
ଏ କୌଣସି ଯବାନଙ୍କୁ ଦିଆଯାଉଥିବା ରାଷ୍ଟ୍ରିୟ ସମ୍ମାନ ନୁହେଁ । ଏ ରାଷ୍ଟ୍ରିୟ ସମ୍ମାନ କେବଳ ଏ କୁନି ପୁଅ ଶୁଭଜିତଙ୍କ ପାଇଁ । ଦେଶ ପାଇଁ ନଲଢ଼ିବି ଆଜି ଚିର ଅମର ପାଲଟି ଯାଇଛନ୍ତି । ଏମିତି କିଛି କାମ କରି ଦେଇ ଯାଇଛନ୍ତି ଯାହା ପାଇଁ ତାଙ୍କୁ ରାଷ୍ଟ୍ରିୟ ସମ୍ମାନ ମିଳିଛି ।

Get real time updates directly on you device, subscribe now.