fbpx

ବିରାଟ କୋହଲି-ଶିଖର ଧାୱନଙ୍କ ରେକର୍ଡ ଭାଙ୍ଗି ୧ ନମ୍ବର ହେଲେ ଶୁଭମନ ଗିଲ୍‌

ହାଇଦ୍ରାବାଦ୍‌: ଟିମ୍ ଇଣ୍ଡିଆର ଯୁବ ଓପନର ଶୁଭମନ ଗିଲ୍ ଏବେ ଜବରଦସ୍ତ ଫର୍ମରେ ରହିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଜାରି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ଶତକ ହାସଲ କରିଛନ୍ତି। ଗୋଟିଏ ପଟେ ଲଗାତାର ଉଇକେଟ୍ ଯାଉଥିବା ବେଳେ ଅନ୍ୟପଟେ ସ୍ଥିର ରହି ଶତକ ପୁରଣ କରିଛନ୍ତି। ଏହା ସହିତ ଶୁଭମନ ବିରାଟ କୋହଲି ଏବଂ ଶିଖର ଧାବନଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ଦିନିକିଆରେ ୧୯ ଇନିଂରେ ୧୦୦୦ ରନ୍ ସଂଗ୍ରହ କରି ସେ ଏହି ରେକର୍ଡ କରିଛନ୍ତି। ଏବଂ ପାକିସ୍ତାନ ବ୍ୟାଟ୍ସମ୍ୟାନ୍ ଇମାମ-ଉଲ୍‌-ହକ୍‌ଙ୍କ ରେକର୍ଡ ସହିତ ବରାବର କରିଛନ୍ତି।

ସେହିପରି ଭିବ ରିଚାର୍ଡ, କେଭିନ୍ ପିଟରସନ୍‌, ଜୋନାଥନ ଟ୍ରଟ୍‌, କ୍ୱିଣ୍ଟନ ଡିକକ୍ ଏବଂ ବାବର ଆଜାମଙ୍କ ଭଳି ବ୍ୟାଟ୍ସମ୍ୟାନ୍‌ଙ୍କୁ ମଧ୍ୟ ସେ ପଛରେ ପକାଇ ଦେଇଛନ୍ତି। ଗିଲ୍ ଏବଂ ରୋହିତ ପାଳି ଆରମ୍ଭ କରି ପ୍ରଥମ ଉଇକେଟ୍‌ରେ ୬୦ ରନ୍‌ର ପାର୍ଟନରସୀପ କରିଥିଲେ। ଅଧିନାୟକ ରୋହିତ ଶର୍ମା ୩୪ ରନ୍ ସ୍କୋର କରି ଆଉଟ୍ ହୋଇଥିଲେ। ଏହାପରେ ବିରାଟ କୋହଲି ମାତ୍ର ୮ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ଇଶାନ୍ କିଶାନ ନମ୍ବର ୪ରେ ବ୍ୟାଟିଂ କରି ବ୍ୟାଟିଂ କରିବାକୁ ଆସି ୧୪ ବଲ୍‌ରେ ୫ରନ୍ କରି ଆଉଟ୍ ହୋଇଥିଲେ।

Get real time updates directly on you device, subscribe now.