fbpx

ଶୁଭମନ ଗିଲ୍‌ଙ୍କ ଧୁଆଂଧାର ଦ୍ୱିଶତକ, ନ୍ୟୁଜିଲାଣ୍ଡ ଆଗରେ ବିଜୟ ଲକ୍ଷ୍ୟ ୩୫୦

Advertisement

ହାଇଦ୍ରାବାଦ୍‌: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧୀ ଇଣ୍ଟନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ୍ ଧୁଆଁଧାର ବ୍ୟାଟିଂ କରି ଦ୍ୱଶତକ ହାସଲ କରିଛନ୍ତି। ଶୁଭମନ ଲଗାତର ତିନୋଟି ଛକା ବର୍ଷା କରି ଦ୍ୱିଶତକ ପୁରଣ କରିଥିଲେ। ଗିଲ୍ ୧୪୯ ବଲ୍ ଖେଳି ୨୦୮ ରନ୍ କରି ଆଉଟ୍ ହୋଇଥିଲେ।

ଗିଲ୍‌ଙ୍କ ଦମଦାର ପାଳି ସାହାଯ୍ୟରେ ଭାରତ ନ୍ୟୁଜିଲାଣ୍ଡ ଆଗରେ ୩୫୦ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ନିର୍ଦ୍ଧାରିତ ଓଭରରେ ଭାରତ ୮ଉଇକେଟ୍ ହରାଇ ୩୪୯ ରନ୍ ସଂଗ୍ରହ କରିଥିଲା।
ଗିଲ୍ ଏହି ମ୍ୟାଚ୍‌ରେ ତାଙ୍କ ଖେଳ ଜୀବନର ଶ୍ରେଷ୍ଠ ପାଳି ଖେଳିଥିଲେ। ତାଙ୍କର ଏହି ପାଳିରେ ୧୯ ଚୌକା ଏବଂ ୯ ଛକା ସାମିଲ ଥିଲା। ନ୍ୟୁଜିଲାଣ୍ଡ ପାଇଁ ହେନରୀ ଶୀପ୍ଲି ଏବଂ ଡେରିଲ ମିଚେଲ୍ ଦୁଇଟି ଲେଖାଏଁ ଉଇକେଟ୍ ପାଇଥିଲେ।

ଶୁଭମନ ଗିଲ୍ ପଞ୍ଚମ ଭାରତୀୟ ଭାବେ ଏହି ସଫଳତା ହାସଲ କରିଛନ୍ତି । ପୁର୍ବରୁ ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହୱାଗ, ରୋହିତ ଶର୍ମା ଏବଂ ନିକଟରେ ଇଶାନ୍ କିଶାନ ମଧ୍ୟ ଏହି ସଫଳତା ପାଇଥିଲେ ।

Get real time updates directly on you device, subscribe now.