fbpx

ଶୁବମନଙ୍କ ସ୍ୱାସ୍ଥ୍ୟ କେମିତି ଅଛି: ଆସନ୍ତା ୧୪ରେ ସେ ଖେଳିବେ କି ନା, ଏକ୍ସପର୍ଟ ଡାକ୍ତରଙ୍କ ରିପୋର୍ଟ ବଢ଼ାଇଲା ଚିନ୍ତା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ଓପନର ଶୁବମନ ଗିଲଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏବେ ଚାରିଆଡ଼େ ବେଶ୍ ଚର୍ଚ୍ଚା ଜାରି ରହିଛି । ଗୋଟିଏ ପଟେ ଚଳିତ ବିଶ୍ୱକପରେ ଭାରତ ତା’ର ପଦାର୍ପଣ ଖେଳିବାକୁ ଯାଉଥିବା ବେଳେ ଅନ୍ୟପଟେ ଆହତ ଜନିତ ସମସ୍ୟା କାରଣରୁ ଶୁବମନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ବଦ୍ ପଡ଼ିବା ନେଇ ସମସ୍ତଙ୍କୁ ଲାଗିଥିଲା ବଡ଼ ଝଟକା । ଡେଙ୍ଗୁ ପଜିଟିଭ୍ ରିପୋର୍ଟ ଆସିବା ପରେ ଗତ ୮ ତାରିଖ ମ୍ୟାଚରୁ ଶୁବମନ୍ ବାଦ୍ ପଡ଼ିଥିଲେ ।

ଶୁବମନଙ୍କ ସ୍ୱାସ୍ଥ୍ୟକୁ ନେଇ ବିସିସିଆଇ ପକ୍ଷରୁ କୌଣସି ସୂଚନା ଜାରି କରାଯାଇ ନଥିବା ବେଳେ ଏହା ମଧ୍ୟରେ ଏକ୍ସପର୍ଟ ଡାକ୍ତର ଡେଙ୍ଗୁକୁ ନେଇ ନିଜର ମତ ରଖିଛନ୍ତି । ଗଙ୍ଗାରାମ ହସ୍ପିଟାଲର ସିନିୟର କନସଲଟାଣ୍ଟ ଡାକ୍ତର କହିଛନ୍ତି, ଡେଙ୍ଗୁରେ ସଂକ୍ରମିତ ହେବା ସରେ ସୁସ୍ଥ ହେବା ଜଣେ ବ୍ୟକ୍ତିର ଇମ୍ୟୁନିଟି ଉପରେ ନିର୍ଭର କରେ । ସୁସ୍ଥ ହେବାକୁ ୧୦-୧୫ ଦିନ ସମୟ ଲାଗିଯାଇପାରେ । ଯେଉଁମାନେ ଅଫିସରେ ବସି କାମ କରିବାକୁ ଚାହିଁବେ ସେମାନେ ଏକ ସପ୍ତାହ ପରେ ଅଫିସ ଯାଇପାରନ୍ତି ।

ଯଦି ଶୁବମନଙ୍କ କଥା ବିଚାରକୁ ନିଆଯାଏ, ତେବେ ତାଙ୍କୁ ଠିକ ହେବାକୁ ୧୦-୧୫ ଲାଗିବ । ଜଣେ ଖେଳାଳିଙ୍କୁ ପଡ଼ିଆରେ ଏଣେତେଣେ ଦୌଡ଼ିବାକୁ ପଡ଼ିଥାଏ । ଏଥିସହିତ ବିଶ୍ୱକପରେ ଖେଳାଳିଙ୍କ ଉପରେ ଚାପ ରହିଥାଏ । ଦୀର୍ଘ ସମୟ ପର୍ଯ୍ୟନ୍ତ ଫିଲ୍ମରେ ଠିଆ ହୋଇ ରହିବାକୁ ହେଲେ ଶରୀରର ଫିଟନେସ ସ୍ତରକୁ ମଜବୁତ କରିବାକୁ ପଡ଼ିବ । ସେଥିପାଇଁ ସମୟ ଲାଗିବ ବୋଲି ଡାକ୍ତର କହିଛନ୍ତି । ସୂଚନାଯୋଗ୍ୟ ଯେ, ୧୪ ତାରିଖରେ ଭାରତ-ପାକିସ୍ତାନ ମଧ୍ୟରେ ଅହମ୍ମଦାବାଦରେ ହାଇଭୋଲଟେଜ୍ ମ୍ୟାଚ ହେବାକୁ ଯାଉଥିବାରୁ ଶୁବମାନ ଚେନ୍ନାଇରୁ ଅହମଦାବାଦ ଅଭିମୁଖେ ଯାତ୍ରା କରିବେ ବୋଲି କିଛି ମିଡ଼ିଆରେ ରିପୋର୍ଟ ପ୍ରକାଶ ପାଇଥିଲା । ।

Get real time updates directly on you device, subscribe now.