Playing Elevenରେ କାହାର ଜାଗା ଖାଇବେ ଶୁଭମନ? ଜଣେ ବାହାରିବା ସୁନିଶ୍ଚିତ

ଏସିଆ କପର ପ୍ଲେଇଂ ଇଲେଭେନରେ କାହା ସ୍ଥାନ ନେବେ ଶୁଭମନ, ଜାଣନ୍ତୁ

ନୂଆଦିଲ୍ଲୀ: ପାଖେଇ ଆସୁଛି ଏସିଆ କପ ୨୦୨୫ । ୯ ସେପ୍ଟେମ୍ବରରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ବିସିସିଆଇ ଏସିଆ କପ ପାଇଁ ଟିମ ଇଣ୍ଡିଆର ଘୋଷଣା କରିଛନ୍ତି । ଭାରତର ଟି୨୦ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ସେହିପରି ଶୁଭମନ ଗିଲଙ୍କୁ ଟିମର ନୂଆ ଉପଅଧିନାୟକ କରାଯାଇଛି ।

ଏହାରି ମଧ୍ୟରେ ପ୍ରଶ୍ନ ଉଠୁଛି ଯେ, ଯଦି ଶୁଭମନଙ୍କୁ ପ୍ଲେଇଂ ଇଲେଭେନ ପାଇଁ ଚୟନ କରାଯାଉଛି, ତେବେ କେଉଁ ଖେଳାଳି ଟିମରୁ ବାହାରିଯିବେ ।
ରୋହିତଙ୍କ ପରେ ସୂର୍ଯ୍ୟକୁମାରଙ୍କୁ ଅଧିନାୟକର ଦାୟିତ୍ୱ ମିଳିଛି । ସୂର୍ଯ୍ୟ ଯୁବ ଖେଳାଳିଙ୍କ ସହ ଟିମକୁ ପ୍ରସ୍ତୁତ କରିଛନ୍ତି ।

ସଞ୍ଜୁ ସାମସନ ଏବଂ ରିଙ୍କୁ ସିଂହ ବହୁତ ସମୟରୁ ଟିମ ଇଣ୍ଡିଆ ସହ ଜଡ଼ିତ ଅଛନ୍ତି ଏବଂ ଏସିଆ କପ ପାଇଁ ମଧ୍ୟ ସେମାନଙ୍କୁ ଟିମରେ ସାମିଲ କରାଯାଇଛି ।

ହେଲେ ବର୍ତ୍ତମାନ ଯଦି ଶୁଭମନ ପ୍ଲେଇଂ ଇଲେଭେନରେ ଅଂଶଗ୍ରହଣ କରନ୍ତି, ତେବେ ଏହା କୁହାଯାଇପାରେ ଯେ, ସେ ଓପନିଂ କରିବାକୁ ଆସିବେ ।

ଏସିଆ କପରେ ଯଦି ଶୁଭମନ ଗିଲ୍ ଓପନିଂ କରନ୍ତି, ତେବେ ସଞ୍ଜୁ ସାମସନ ପ୍ଲେଇଂ ଇଲେଭେନରୁ ବାହାରି ପାରନ୍ତି । ସେହିପରି ଯଦି ସଞ୍ଜୁଙ୍କୁ ମିଡିଲ ଅର୍ଡରର ଦାୟିତ୍ୱ ଦିଆଯାଏ, ତେବେ ରିଙ୍କୁ ସିଂହଙ୍କୁ ଟିମରୁ ବାହାରିବାକୁ ପଡିପାରେ ।