fbpx

ପାକିସ୍ତାନ ବିପକ୍ଷରେ ଖେଳିବେ ଶୁବମନ! ଆଜି ଚେନ୍ନାଇରୁ ଅହମଦାବାଦ ଯାତ୍ରା କରିବେ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ଓପନର ଶୁବମନ ଗିଲଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏବେ ଚାରିଆଡ଼େ ବେଶ୍ ଚର୍ଚ୍ଚା ଜାରି ରହିଛି । ଗୋଟିଏ ପଟେ ଚଳିତ ବିଶ୍ୱକପରେ ଭାରତ ତା’ର ପଦାର୍ପଣ ଖେଳିବାକୁ ଯାଉଥିବା ବେଳେ ଅନ୍ୟପଟେ ଆହତ ଜନିତ ସମସ୍ୟା କାରଣରୁ ଶୁବମନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ବଦ୍ ପଡ଼ିବା ନେଇ ସମସ୍ତଙ୍କୁ ଲାଗିଥିଲା ବଡ଼ ଝଟକା । ଡେଙ୍ଗୁ ପଜିଟିଭ୍ ରିପୋର୍ଟ ଆସିବା ପରେ ଗତ ୮ ତାରିଖ ମ୍ୟାଚରୁ ଶୁବମନ୍ ବାଦ୍ ପଡ଼ିଥିଲେ ।

ତେବେ ପରବର୍ତ୍ତୀ ସମୟରେ ଶରୀରରେ ହଠାତ୍ ପ୍ଲେଟଲେଟ୍ ହ୍ରାସ ପାଇବା କାରରଣୁ ଶୁବମନଙ୍କୁ ଚେନ୍ନାଇର ଏକ ମେଡିକାରେ ଭର୍ତ୍ତି କରାଯାଇଥିଲା । ୧୦ ତାରିଖ ଦିନ ଶୁବମନ ମେଡିକାଲରୁ ଡିସଚାର୍ଜ ହୋଇ ହୋଟେଲକୁ ଫେରିଥିଲେ । ଡେଙ୍ଗୁରେ ପୀଡ଼ିତ ହେବା ପରେ ଶୁବମନ ଚେନ୍ନାଇରେ ରହିଥିବା ବେଳେ ଟିମ୍ ଇଣ୍ଡିଆର ଅନ୍ୟ ଖେଳାଳିମାନେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ଖେଳିବାକୁ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି ।

ଆସନ୍ତା ୧୪ ତାରିଖ ଦିନ ଭାରତ-ପାକିସ୍ତାନ ମଧ୍ୟରେ ଅହମ୍ମଦାବାଦରେ ହାଇଭୋଲଟେଜ୍ ମ୍ୟାଚ ହେବାକୁ ଯାଉଥିବା ବେଳେ ଶୁବମନ ମଧ୍ୟ ସେଠାରେ ପହଞ୍ଚି ଟିମ୍ ଇଣ୍ଡିଆ ସହ ସାମିଲ ହେବେ । ଆଜି ଶୁବମନ ଚେନ୍ନାଇରୁ ଅହମଦାବାଦ ଅଭିମୁଖେ ଯାତ୍ରା କରିବେ । ସେଠାରେ ବିସିସିଆଇର ମେଡିକାଲ ଟିମ୍ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିବେ । ସେ ପାକିସ୍ତାନ ବିପକ୍ଷରେ ଖେଳିବାର ସମ୍ଭାବନା ରହିଛି । ତେବେ ଅହମଦାବାଦରେ ଗରମରେ ଦିନିକିଆ ମ୍ୟାଚ ଖେଳିବା ପାଇଁ ଫିଟନେସ୍ ନିହାତି ଜରୁରୀ ହୋଇଥାଏ । ଫିଟନେଟ୍ କମ୍ ରହିଲେ ବଡ଼ ଇନିଂସ ଖେଳିବାରେ ସମସ୍ୟା ସୃଷ୍ଟି ହୋଇଥାଏ । ଶୁବମାନଙ୍କ ସ୍ୱାସ୍ଥ୍ୟକୁ ନେଇ ବିସିସିଆଇ ପକ୍ଷରୁ କୌଣସି ଅପଡେଟ୍ ଦିଆଯାଇ ନାହିଁ ।

Get real time updates directly on you device, subscribe now.