fbpx

ମୁଁ ଭାରତ ପକ୍ଷରୁ ସର୍ବାଧିକ ଶତକ ହାସଲ କରିବି: ଭାଇରାଲ ହେଲା ଶୁବମନଙ୍କ ନୂଆବର୍ଷର ୫ଟି ବଡ଼ ଲକ୍ଷ୍ୟ

Advertisement

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅନ୍ୟତମ ଓପନିଂ ବ୍ୟାଟ୍ସମ୍ୟାନ ଶୁବମନ ଗିଲଙ୍କ ପ୍ରଦର୍ଶନ ନିକଟରେ ସେପରି ଆଖିଦୃଶିଆ ହୋଇ ପାରିନାହିଁ । ମାତ୍ର ୪୪ଟି ଦିନିକିଆ ମ୍ୟାଚ ଖେଳିଥିବା ଶୁବମନ ଗୋଟିଏ ଦ୍ୱିଶତକ, ୬ଟି ଶତକ ସହିତ ୧୩ଟି ଅର୍ଦ୍ଧଶତକ ହାସଲ କରି ସଭିଙ୍କ ପ୍ରିୟ ପାଲଟି ଯାଇଥିଲେ । ମାତ୍ର ବିଶ୍ୱକପରେ ସେ ଉଚ୍ଚକୋଟୀର ପ୍ରଦର୍ଶନ କରିପାରିନଥିଲେ । ଚଳିତ ଦକ୍ଷିଣ ଆଫ୍ରିକା ଗସ୍ତରେ ମଧ୍ୟ ତାଙ୍କର ବ୍ୟାଟ ସ୍ଥିର ରହିଛି ।

ତେବେ ଏହା ମଧ୍ୟରେ ଶୁବମନଙ୍କର ଏକ ହାତଲେଖା ପେପର ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ୨୦୨୩ ବର୍ଷ ପାଇଁ ଶୁବମନ କ’ଣ ସବୁ ଲକ୍ଷ୍ୟ ରଖିଥିଲେ ସେନେଇ ସେ ଏକ ପୋଷ୍ଟ ଶେୟାର କରିଛନ୍ତି । ଶୁବମନ ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିଶତକ ହାସଲ କରିବା ସହିତ ଅନେକ ଅନୁଭବ ବିଷୟରେ ଶେୟାର କରିଛନ୍ତି । ୨୦୨୩ ବର୍ଷ ତାଙ୍କ ପାଇଁ କେତେ ସଫଳ ରହିଛି ସେନେଇ ମଧ୍ୟ ସେ ଉଲ୍ଲେଖ କରିଛନ୍ତି ।

୨୦୨୩ ବର୍ଷ ପାଇଁ ଶୁବମନ ୫ଟି ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ସେଥିମଧ୍ୟରେ ୧- ଭାରତ ପାଇଁ ସର୍ବାଧିକ ଶତକ ହାସଲ କରିବା, ୨- ଆଇପିଏଲରେ ଅରେଞ୍ଜ କ୍ୟାପ ଜିତିବା, ୩- ବିଶ୍ୱକପ ଟ୍ରଫି ଜିତିବା, ୪- ପରିବାରକୁ ଖୁସି ଦେବା ଓ ୫- ନିଜର ଧ୍ୟାନ ରଖିବା ଆଦି ସାମିଲ ରହିଥିଲା । ସୂଚନାଯୋଗ୍ୟ ଯେ, ୨୦୨୩ରେ ଶୁବମନ ଶାନଦାର ପ୍ରଦର୍ଶନ କରିବା ସହିତ ୬୦ରୁ ଅଧିକ ଆଭରେଜରେ ୧୫୮୪ ରନ୍ ସଂଗ୍ରହ କରିଥିଲେ । ସେ ଆଇପିଏଲରେ ୩ଟି ଶତକ ମାରିବା ସହିତ ୮୯୦ ରନ୍ ସଂଗ୍ରହ କରିଥିଲେ । ଡେଙ୍ଗୁ କାରଣରୁ ବିଶ୍ୱକପର ପ୍ରଥମ ଦୁଇଟି ମ୍ୟାଚ ଶୁବମନ ଖେଳି ପାରିନଥିଲେ । ସେ ପରେ ଦଳକୁ ଫେରିଥିଲେ ହେଁ ନିଜର ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିଲେ । ଏପରିକି ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଗସ୍ତରେ ମଧ୍ୟ ସେ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ତେଣୁ ତାଙ୍କୁ ସବୁଆଡ଼ୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି ।

Get real time updates directly on you device, subscribe now.