fbpx

ଦାଢ଼ି ରଖିବାରୁ ଏସ‌ଆଇ ନିଲମ୍ବିତ

ଲକ୍ଷ୍ନୌ,୨୨ ।୧୦ : ଦାଢ଼ି ରଖିବା ପଡିଲା ମହଙ୍ଗା । ବିନା ଅନୁମତିରେ ଦାଢ଼ି ରଖିବାରୁ ଜଣେ ପୋଲିସ ସବଇନ୍ସପେକ୍ଟରଙ୍କୁ ଚିକିରିରୁ ନିଲମ୍ବିତ କରାଯାଇଛି । ଏଭଳି ଘଟଣା ଉତ୍ତର ପ୍ରଦେଶ ବାଗପତ ରାମାଲା ଥାନାରେ ଘଟିଯାଇଛି । ଦାଢ଼ି ରଖିବାରୁ ପୋଲିସ ସବଇନ୍ସପେକ୍ଟର ଇନ୍ତସାର ଅଲିଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ।

ତେବେ ଉତ୍ତର ପ୍ରଦେଶ ବାଗପତ ରାମାଲା ଥାନାରେ ନିୟୋଜିତ ପୁଲିସ ସବଇନ୍ସପେକ୍ଟର ଇନ୍ତସାର ଅଲିଙ୍କୁୁ ଦାଢିକାଟିବାକୁ ବହୁଥର କୁହାଯାଇଥିଲା। ମାତ୍ର ସେ ଏହାକୁ ହେୟଜ୍ଞାନ କରିଥିଲେ। ସେ ଅଧିକ୍ଷକଙ୍କ ଚେତାବନୀକୁ ଅଣଦେଖା କରି ଦାଢ଼ି ରଖିଥିଲେ। ଯେଉଁଥିପାଇଁ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Get real time updates directly on you device, subscribe now.