ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ୟାଙ୍କିଂ କ୍ଷେତ୍ରରୁ ଆସିଛି ପୁଣି ଏକ ନିଯୁକ୍ତି ସୁଯୋଗ । ସ୍ମଲ ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସଆଇଡିବିଆଇ) ପକ୍ଷରୁ ଅନେକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶାର ଆଶାୟୀଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ । କାରଣ ଏହି ପଦ ପାଇଁ ଓଡ଼ିଶାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ । ମୋଟ ୭୨ଟି ପଦ ଖାଲି ରହିଥିବା ବେଳେ ପ୍ରାର୍ଥୀଙ୍କୁ ଅଫିସର (ଗ୍ରେଡ-ଏ ଓ ବି) ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।
ଜେନେରାଲ, ଓବିସି, ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ୧୧୦୦ ଟଙ୍କା ରହିଥିବା ବେଳେ ଏସସି, ଏସଟି, ପିଡବ୍ଲ୍ୟୁବିଡି ପ୍ରାର୍ଥୀଙ୍କ ପାଇଁ ୧୭୫ ଟଙ୍କା ରହିଛି । ପେମେଣ୍ଟ ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯିବ । ନଭେମ୍ବର ୮ରୁ ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୨ରେ ତାହା ସମାପ୍ତ ହେବ । ଆବେଦନର ଆରମ୍ଭ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତା ହିସାବକୁ ନିଆଯିବ । ଡିସେମ୍ବର ୨୨ରେ ପ୍ରଥମ ପର୍ଯ୍ୟାୟ ଅନଲାଇନ ସମ୍ଭାବ୍ୟ ପରୀକ୍ଷା ଓ ଜାନୁଆରୀ ୧୯ରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା, ଫେବୃଆରୀରେ ସମ୍ଭାବ୍ୟ ଇଣ୍ଟରଭ୍ୟୁ ହେବ ।
ଆବେଦନ ଲିଙ୍କ: https://ibpsonline.ibps.in/sidbioct24/
ବିଜ୍ଞପ୍ତି ଲିଙ୍କ: https://www.sidbi.in/head/uploads/career_document/SIDBI-DETAILED-WEB-ADVT-08112024.pdf