fbpx

ସିଦ୍ଧାର୍ଥ ଓ କିଆରା କଲେ ଦୁହେଁ ଦୁହିଁଙ୍କର ସମ୍ପର୍କକୁ ନେଇ ଏପରି ଖୁଲାସା, ଜାଣନ୍ତୁ କଣ କହିଲେ

ନୂଆଦିଲ୍ଲୀ: ନିକଟରେ ରିଲିଜ୍ ହୋଇଥିବା ବଲିଉଡ୍ ଅଭିନେତା ସିଦ୍ଧାର୍ଥ ମାଲୋହୋତ୍ରା ଏବଂ କିଆରା ଆଡଭାନୀଙ୍କ ଫିଲ୍ମ “ଶେରଶାହ” ଖୁବ୍ ଚର୍ଚ୍ଚାରେ ରହିଛି । ଦୁହିଁଙ୍କ ଅଭିନୟକୁ ଫ୍ୟାନ୍ସ ଖୁବ୍ ପସନ୍ଦ କରୁଛନ୍ତି । ଫିଲ୍ମରେ ଦୁହିଁଙ୍କ ଯୋଡ଼ିକୁ ଲୋକମାନେ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି । ଏମିତିରେ ବି ପୂର୍ବରୁ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଥିବା ଖବର ଶୁଣିବାକୁ ମିଳୁଥିଲା । ରିଲ୍ ଲାଇଫ୍ ରୁ ରିୟଲ୍ ଲାଇଫ୍ ରେ ଦୁହେଁ ଖୁବ୍ ଚର୍ଚ୍ଚାରେ । ଏବେ ସେମାନଙ୍କ ମଧ୍ୟରେ ଥିବା ବଣ୍ଡିଂକୁ ନେଇ ସିଦ୍ଧାର୍ଥ ଓ କିଆରା ନିଜେ ଖୁଲାସା କରିଛନ୍ତି ।

 

View this post on Instagram

 

A post shared by KIARA (@kiaraaliaadvani)

ଇ-ଟାଇମ୍ ର ଏକ ରିପୋର୍ଟ ଅନୁସାରେ, ସିଦ୍ଧାର୍ଥ, କିଆରାଙ୍କ ସହିତ ତାଙ୍କ ସମ୍ପର୍କକୁ ନେଇ ଖୋଲାଖୋଲି ଭାବରେ କହିଛନ୍ତି । ସିଦ୍ଧାର୍ଥ କହିଛନ୍ତି ଯେ, କାମକୁ ନେଇ କିଆରାଭ୍କ ପରିଶ୍ରମ, ସମୟାନୁବର୍ତ୍ତିତା, ଆତ୍ମବିଶ୍ୱାସ ତାଙ୍କୁ ଖୁବ୍ ଭଲ ଲାଗେ । ସେ କହିଛନ୍ତି ଯେ, କିଆରାଙ୍କ ସହିତ ସମୟ ବିତାଇବାକୁ ତାଙ୍କୁ ଭଲ ଲାଗେ । ସେହିପରି “ଡିମ୍ପଲ୍ ଭୂମିକାରେ ତାଙ୍କୁ କାଷ୍ଟ କରିବାପାଇଁ ଆମେ ଖୁବ୍ ଉତ୍ସାହିତ ଥିଲୁ । କାରଣ ଆମେ ଅନୁଭବ କରୁଥିଲୁ ଯେ, କିଆରାଙ୍କ ଠାରେ ତାଙ୍କ ଭୁମିକାକୁ ନେଇ ଥିବା ସଚ୍ଚୋଟତା ରହିଛି । ସେ ଭୂମିକାକୁ ବାସ୍ତବତା ପର୍ଯ୍ୟନ୍ତ ନେଇଯାଆନ୍ତି । ସେଟ୍ ରେ ମଧ୍ୟ ସେ ଖୁବ୍ ଶୀଘ୍ର ଜିନିଷ ଗୁଡ଼ିକୁ କ୍ୟାପଚର୍ କରନ୍ତି” ବୋଲି ସିଦ୍ଧାର୍ଥ କହିଛନ୍ତି ।

 

Get real time updates directly on you device, subscribe now.