fbpx

ପୂଜା ଘରେ କାହିଁକି ରଖାଯାଏ ଜଳର ପାତ୍ର ? ଜାଣନ୍ତୁ କେଉଁ ଦିଗରେ ଜଳର ପାତ୍ର ରଖିବା ଶୁଭ ଅଟେ

ଓଡ଼ିଶା ଭାସ୍କର: ସନାତନ ଧର୍ମରେ ପୂଜାପାଠର ବିଶେଷ ମହତ୍ୱ ରହିଛି । ଭଗବାନଙ୍କୁ ସକାରାତ୍ମକତାର ସ୍ରୋତ ଭାବେ ବିବେଚିତ କରାଯାଇଛି । ସେଥିପାଇଁ ବାସ୍ତୁଶାସ୍ତ୍ର ଅନୁଯାୟୀ ପୂଜା ଘର ପାଇଁ ଉତ୍ତର ପୂର୍ବ ଦିଗ ଉପଯୁକ୍ତ ଅଟେ । ସାଧାରଣତଃ ପୂଜା ସାମଗ୍ରୀ ବ୍ୟତୀତ ଶଙ୍ଖ, ଗରୁଡ଼ ଘଣ୍ଟି, କଉଡ଼ି, ଗଙ୍ଗାଜଳ, ଚନ୍ଦନ, ଜଳର ପାତ୍ର ଇତ୍ୟାଦି ପୂଜା ଘରେ ରଖାଯାଇଥାଏ । ତେବେ ପୂଜା ଘରେ ଜଳର ପାତ୍ର ରଖିବା ପଛରେ ମଧ୍ୟ ଏକ କାରଣ ରହିଛି ?

ବାସ୍ତୁଶାସ୍ତ୍ର ଅନୁଯାୟୀ ପୂଜା ଘରର ଉତ୍ତର କିମ୍ବା ଐଶନ୍ୟ କୋଣରେ ଜଳର ପାତ୍ର ରଖିବା ଉଚିତ । ବିଶେଷ କରି ତମ୍ବା ପାତ୍ରରେ ଜଳ ରଖିବା ଶୁଭ ହୋଇଥାଏ । ଏହା ଦ୍ୱାରା ଘରର ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ସକାରତ୍ମକ ଉର୍ଜ୍ଜା ସଂଚାର ହୋଇଥାଏ ।

୧. ପୂଜା ଘରେ ଜଳର ପାତ୍ର ରଖିବା ଶୁଦ୍ଧତାର ପ୍ରତୀକ ଅଟେ । ଏହା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହେବା ସହ ସକାରାତ୍ମକତାର ସଂଚାର ହୋଇଥାଏ ।

୨. ଜଳକୁ ବରୁଣ ଦେବତା ଭାବରେ ପୂଜାଚ୍ଚର୍ନା କରାଯାଇଥାଏ । ବିଶେଷକରି ଯଜ୍ଞ ସମୟରେ ଏକ ପାତ୍ରରେ ତୁଳସୀ କିମ୍ବା ଆମ୍ବ ପତ୍ର ସହ ଜଳ ସ୍ଥାପନା କରାଯାଇଥାଏ ଯାହା ପବିତ୍ର ଅଟେ ।

୩. ପୂଜା ଘରେ ଥିବା ଜଳ ପାତ୍ର(ଧାତୁ ନିର୍ମିତ)ରୁ ଠାକୁରଙ୍କୁ ଗାଧୁଆଯାଏ । ତେଣୁ ଏକ ପ୍ରକାର ଏହି ଜଳ ପବିତ୍ରତାର ପ୍ରତୀକ ହୋଇଥିବାରୁ ଘରର ସମସ୍ତ କୋଣରେ ଛିଞ୍ଚିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂରେଇଥାଏ ।

୪. ଆଚମନ୍ ବିଧି ପାଇଁ ଜଳର ଲୋଟା ପୂଜା ଘରେ ରଖାଯାଇଥାଏ । ଦେବିଦେବତାଙ୍କୁ ଭୋଗ ରାଗ ଅପଣ କରିବା ସହ ଜଳ ମଧ୍ୟ ଅର୍ପଣ କରାଯାଏ ।

Get real time updates directly on you device, subscribe now.