fbpx

ପାର୍ଟନର ଆପଣଙ୍କୁ ଧୋକ୍କା ଦେଉନାହାନ୍ତି ତ, ଜାଣନ୍ତୁ ହାପି ରିଲେସନସିପର ସଙ୍କେତ

ପ୍ରତ୍ୟେକ ରିଲେସନସିପ୍ ପ୍ରେମ ଓ ବିଶ୍ୱାସରେ ଚାଲିଥାଏ । ଏଥିରେ ସାମାନ୍ୟ ବ୍ୟତିକ୍ରମ ହେଲେ ସମ୍ପର୍କ ବେଶିଦିନ ତିଷ୍ଠି ରହିପାରେ ନାହିଁ । ଦୁଇଜଣ ଦୀର୍ଘ ସମୟ ପର୍ଯ୍ୟନ୍ତ ପରସ୍ପର ସହିତ ଏକତ୍ର ରହିବା ଫଳରେ ପରସ୍ପରର ଅଭ୍ୟାସ, ବିଚାର ଆଦି ବିଷୟରେ ଅବଗତ ହୋଇଥାନ୍ତି । ଦୁଇଜଣଙ୍କ ବିଚାର ସମାନ ନହେଲେ ସମ୍ପର୍କ ଭାଙ୍ଗିବା ନିଶ୍ଚିତ ହୋଇଯାଇଥାଏ । ଅନେକ କ୍ଷେତ୍ରରେ ଦୁଇଜଣ ରିଲେସନସିପକୁ ନେଇ ବହୁତ ଖୁସିରେ ଥାଆନ୍ତି । ଆଜି ଆମେ ଏକ ହାପି ରିଲେସନସିପର ସଙ୍କେତ ବିଷୟରେ ଆଲୋଚନା କରିବା ।

– ଏକ ହାପି ରିଲେସନସିପରେ ପରସ୍ପର ନିଜ ନିଜର ସୁଖଦୁଃଖ ଶେୟାର କରିଥାନ୍ତି । ନିଜ ଜୀବନରେ ଘଟୁଥିବା ସମସ୍ୟା ବିଷୟରେ ଆଦାନ ପ୍ରଦାନ କରିଥାନ୍ତି । ଯଦି ଜଣେ କିଛି ଲୁଚାଇବାକୁ ଚେଷ୍ଟା କରେ, ତେବେ ସେ କ୍ଷେତ୍ରକୁ ଏକ ସୁସ୍ଥ ମଜବୁତ ରିଲେସନସିପ୍ ରହିନଥାଏ ।

– ଇମାନଦାରୀ, ବିଶ୍ୱାସ ଗୋଟିଏ ସମ୍ପର୍କକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବଜାୟ ରଖିପାରିଥାଏ । ଏକ ଉତ୍ତମ ସମ୍ପର୍କର ଲକ୍ଷଣ ହେଉଛି ଆପଣମାନେ ପରସ୍ପର ସହିତ ଖୁସି ଅନୁଭବ କରନ୍ତି । ଆପଣ ଏକାଠି ସମୟ ବିତାଇବାକୁ ଗୁରୁତ୍ୱ ଦିଅନ୍ତି । ଯଦି ଆପଣ ସମୟ ଦେଇ ପାରୁନଥାନ୍ତି, କିନ୍ତୁ ଏହା ହୃଦୟଙ୍ଗମ କରିପାରୁଛନ୍ତି, ତେବେ ଏହାକୁ ଏକ ସୁସ୍ଥ ସମ୍ପର୍କ ବୋଲି ଗ୍ରହଣ କରାଯାଏ ।

– ଏକ ସୁସ୍ଥ ସମ୍ପର୍କରେ ପରସ୍ପର ପ୍ରତି ଶତ ପ୍ରତିଶତ ସହଯୋଗ ଓ ଉତ୍ସାହ ଆଦି ରହିଥାଏ । ସର୍ବଦା ସକାରାତ୍ମକ ଚିନ୍ତାଧାରା ରହିଥାଏ । ଆପଣଙ୍କର ଖୁସି ଯେଉଁ ସମ୍ପର୍କ ସହିତ ଜଡ଼ିତ ଅଛି, ଆପଣ କେବେ ବି ସେ ସମ୍ପର୍କକୁ ଭାଙ୍ଗିବାକୁ ଚାହିଁବେ ନାହିଁ । ତେଣୁ ଏ କ୍ଷେତ୍ରରେ ସୁସ୍ଥ ସମ୍ପର୍କର ବାସ୍ନା ବହୁ ଦୂରରୁ ସହଜରେ ବାରି ହୋଇଯାଏ ।

Get real time updates directly on you device, subscribe now.