fbpx

ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କୃଷ୍ଣା କୁମାରୀ ବିଧାୟିକା ଭାବେ ଦେଲେ ଇସ୍ତଫା, ଚିଠି ମାଧ୍ୟମରେ କହିଲେ ଏହି କାରଣ

AAKASH

ଗ୍ୟାଙ୍ଗଟକ୍‌: ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗଙ୍କ ସମ୍ମୁଖରେ ବଡ଼ ସମସ୍ୟା ଉପୁଜିଛି । ବିଧାୟିକା ଭାବେ ଶପଥ ଗ୍ରହଣ କରିବା ପରେ ତାଙ୍କ ପତ୍ନୀ କୃଷ୍ଣା କୁମାରୀ ଗୁରୁବାର ଏହି ପଦରୁ ଇସ୍ତଫା ଦେଇଥିଲେ । ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ କୃଷ୍ଣା କୁମାରୀ ରାୟ ସିକ୍କିମ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (SDF )ର ପ୍ରାର୍ଥୀ ବିମଲ ରାୟଙ୍କୁ ପରାସ୍ତ କରି ନାମଚି- ସିନ୍ଧିଥାଙ୍ଗ୍ ଅସନରୁ ବିଜୟୀ ହୋଇଥିଲେ ।

ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା(SKM)ର ନବ ନିର୍ବାଚିତ ବାଚସ୍ପତି ଏମ୍ ଏନ୍ ଶେରପା ନେତ୍ରୀ କୃଷ୍ଣା କୁମାରୀ ରାୟଙ୍କ ଇସ୍ତଫା ସ୍ୱିକାର କରିଛନ୍ତି । ଗୁରୁବାର କୃଷ୍ଣା ଏକ ଚିଠି ମାଧ୍ୟମରେ ଭୋଟରୁଙ୍କୁ ଇସ୍ତଫା ଦେବାର କାରଣ ଦର୍ଶାଇ ଲେଖିଥିଲେ, ‘SKM ଦଳର ନିଷ୍ପତ୍ତିକୁ ସମ୍ମାନ ଜଣାଇ ଏହି ନିର୍ବାଚନ ଲଢ଼ିଥିଲି । ବହୁତ ଭାରି ମନରେ ମୁଁ ଆପଣଙ୍କୁ ସୂଚିତ କରୁଛି କି ଅଧିକାରିକ ଭାବେ ନିଜ ଇସ୍ତଫା ଦେଇଛି । ମୁଁ କେବେ ବି ଭାବି ନଥିଲି ଯେ ଏତେ ଶୀଘ୍ର ରାଜନୀତିରେ ପ୍ରବେଶ କରିବି । ମୁଁ ସବୁବେଳେ ରାଜନୀତିକୁ ଏକ ସାମାଜିକ କାର୍ଯ୍ୟ ଭାବେ ଦେଖିଛି ।’ମୋର ବିଶ୍ୱାସ ଯେ ଲୋକଙ୍କ ସେବା କରିବା ପାଇଁ ମୋତେ କୌଣସି ପଦର ଆବଶ୍ୟକତା ନାହିଁ । ମୁଁ ମୋ କ୍ଷମତା ଅନୁଯାୟୀ ଲୋକଙ୍କ ସେବା କରିଆସୁଛି ଏବଂ କରୁଥିବି ବୋଲି କହିଛନ୍ତି କୃଷ୍ଣା ।

Get real time updates directly on you device, subscribe now.