fbpx

ସିନାପାଲି ବ୍ଲକରେ ଖୁଲମ୍‌ଖୁଲା ଚାଲିଛି ପିସି କାରବାର, କ୍ୟାମେରାରେ କଏଦ ହେଲା ଭିଡିଓ

Advertisement

ନୂଆପଡା (ଓଡ଼ିଶା ଭାସ୍କର): ରାଜ୍ୟ ସରକାର ଦୁର୍ନୀତି ଖୋର୍‌ ଅଧିକାରୀମାନଙ୍କୁ ତାଗିଦ କରି ଓଡ଼ିଶାରେ ପିସି କାରବାରକୁ ବନ୍ଦ୍‌ କରିଥିବା ଅନେକ ସମୟରେ ଡିଣ୍ଡିମା ପିଟୁଛନ୍ତି । ହେଲେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ ଚାଲିଛି ୧୮ ରୁ ୨୫ % ପିସି କାରବାର ଖୁଲମ୍‌ଖୁଲା ଚାଲିଥିବା ଅଭିଯୋଗ ହୋଇଛି । ଏହି ପିସି କାରବାର ଚଳାଇଛନ୍ତି ସିନାପାଲି ବ୍ଲକର ଦୁଇ ଜଣ ଯନ୍ତ୍ରୀ ହେଲେ ନାରାୟଣ ସାହୁ ଓ ଉପେନ୍ଦ୍ର ତିହାଡ଼ି । ବ୍ଲକରେ ଥିବା ବିଡ଼ିଓ, ମୁଖ୍ୟ କିରାଣୀ, ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ନାମ ନେଇ ସଂପୃକ୍ତ ଦୁଇ ଅଧିକାରୀ ଠିକାଦାରଙ୍କ ଠାରୁ ପିସି ନେଉଥିବା ଘଟଣା ସାମ୍ନାକୁ ଆସିଛି । ଏହି ସବୁ ଘଟଣା କ୍ୟାମେରାରେ ମଧ୍ୟ କଏଦ ହୋଇଛି ।

ଉକ୍ତ ଭିଡିଓରେ ଟେବୁଲରେ ବିଡା ବିଡା ନୋଟ୍‌ ରଖି ଭାଗ ବଣ୍ଟା ଚାଲିଛି । ଏହି ଭିଡିଓଟିକୁ ଦେଖିଲେ ରାଜ୍ୟ ସରକାରଙ୍କ ସ୍ୱଚ୍ଛ ଶାସନ କିଭଳି ଚାଲିଛି ତାହା ସହଜେ ଅନୁମେୟ । ଏହି ପିସି କାରବାରରେ ସିନାପାଲି ବିଡ଼ିଓ ଦାଶିବ ନାଏକ ସଂପୃକ୍ତ ଥିବା ମଧ୍ୟ ଅଭିଯୋଗ ହେଉଛି । ହେଲେ ଏ ସମ୍ପର୍କରେ ବିଡିଓଙ୍କୁ ପଚରାଯିବାରେ ସେ ମୁହଁ ଖୋଲି ନାହାନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ପିସି କାରବାରକୁ ନୋ ଟଲରେନ୍ସ କହୁଥିବା ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ନା ଏମିତି ପିସି କାରବାର ଆଗକୁ ଚାଲୁଛି ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.