fbpx

୨୦୧୪ ପରଠୁ ସରକାରୀ ଚାରିକି ପାଇଁ ଆବେଦନ କଲେଣି ୨୨ କୋଟି ଆଶାୟୀ, ଜାଣନ୍ତୁ କେତେ ଜଣ ପାଇଲେ ନିଯୁକ୍ତି

Advertisement

ନୁଆଦିଲ୍ଲୀ: କରୋନା ମହାମାରୀ ପରେ ଭାରତରେ ଚାକିରିର ସଜ୍ଞା ଏକ ପ୍ରକାର ବଦଳି ଯାଇଛି । ଘରୋଇ କ୍ଷେତ୍ରରେ ଚାକିରି ଉପରୁ ଭରଷା ହରାଇଛନ୍ତି ଲୋକେ । ଯାହା ଫଳରେ କରୋନା ମହାମରୀର ପ୍ରଥମ ଲହର ପରଠୁ ସରକାରୀ ଚାକିରି ଆଶାୟୀଙ୍କ ସଂଖ୍ୟା ଡେର ବଢିଯାଇଛି । ଲୋକେମାନେ ଝିଅ ବାହାଘର କରିବା ସମୟରେ ମଧ୍ୟ ସରକାରୀ ଚାକିରିଆ ବରଙ୍କୁ ପ୍ରାଥମିକତା ଦେଉଥିବାର ଦେଖିବାକୁ ମିଳୁଛି । ୨୦୧୪ରୁ ୨୦୨୨ ମଧ୍ୟରେ ବିଭିନ୍ନ ସରକାରୀ ଚାକିରି ପାଇଁ କେତେ ଆବେଦନ ଆସିଛି ସେ ନେଇ ସଂସଦରେ ସୂଚନା ଦେଇଛନ୍ତି ଶ୍ରମ ରାଜ୍ୟମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ।

୨୦୧୪ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ସ୍ଥାୟୀ ଚାକିରି ପାଇଥିବା ଲୋକଙ୍କ ସବିଶେଷ ତଥ୍ୟ ପାଇଁ ରେବନ୍ତ ରେଡ୍ଡୀ ପ୍ରଶ୍ନ କରିଥିଲେ। ରାଜ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୨୦୧୪ ରୁ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ ନିଯୁକ୍ତି ଏଜେନ୍ସି ଦ୍ୱାରା ସୁପାରିଶ କରାଯାଇଥିବା ପ୍ରାର୍ଥୀଙ୍କ ସଂଖ୍ୟା ୭,୨୨,୩୧୧ ଅଟେ। ସେ ସୂଚନା ଦେଇଛନ୍ତି ଯେ ୨୦୧୪ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୨,୦୫,୯୯,୨୩୮ ଟି ଆବେଦନ ଗ୍ରହଣ କରାଯାଇଛି।

ଜିତେନ୍ଦ୍ର ସିଂ କହିଛନ୍ତି ଯେ ରୋଜଗାର ସୃଷ୍ଟି କରିବା ସରକାରଙ୍କ ପ୍ରାଥମିକତା। ସେ କହିଛନ୍ତି ଯେ ଦେଶରେ ନିଯୁକ୍ତି ସୃଷ୍ଟି ପାଇଁ ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ୨୦୨୧-୨୨ ବର୍ଷ ପାଇଁ ବଜେଟରେ ୧.୯୭ ଲକ୍ଷ କୋଟି ଟଙ୍କା ବ୍ୟୟ ସହିତ ୫ ବର୍ଷ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ପ୍ରଣୟନ କରାଯାଇଛି । ୨୦୨୧-୨୨ ବର୍ଷ କଥା କହିବାକୁ ଗଲେ, ଚଳିତ ବର୍ଷ ସର୍ବାଧିକ ଏକ କୋଟି ୮୬ ଲକ୍ଷ ପ୍ରାର୍ଥୀ ଆବେଦନ କରିଛନ୍ତି, ସେଥିମଧ୍ୟରୁ କେବଳ ୩୮,୮୫୦ ସରକାରୀ ଚାକିରୀ ପାଇଁ ନିଯୁକ୍ତି ପାଇଛନ୍ତି। ଏଥି ସହିତ, ୨୦୨୦-୨୧ ମସିହାରେ ସର୍ବାଧିକ ସଂଖ୍ୟା ୭୮,୫୫୫ ଏବଂ ୧୯-୨୦ ରେ ଅଧିକ, ସରକାରୀ ଚାକିରୀ ପାଇଁ ପ୍ରାୟ ୧.୫ ଲକ୍ଷ ଲୋକଙ୍କୁ ନିଯୁକ୍ତି କରାଯାଇଛି।

 

                                   ବର୍ଷ                  ଆବେଦନ ସଂଖ୍ୟା          ନିଯୁକ୍ତି ସଂଖ୍ୟା
୨୦୨୧-୨୨    ୧,୮୬,୭୧,୧୨୧        ୩୮,୮୫୦
୨୦୨୦-୨୧    ୧,୮୦,୦୧,୪୬୯        ୭୮,୫୫୫
୨୦୧୯-୨୦    ୧,୭୮,୩୯,୭୫୨        ୧,୪୭,୦୯୬
୨୦୧୮-୧୯    ୫,୦୯,୩୬,୪୭୯        ୩୮,୧୦୦
୨୦୧୭-୧୮    ୩,୯୪,୭୬,୮୭୮        ୭୬,୧୪୭
୨୦୧୬-୧୭    ୨,୨୮,୯୯,୬୧୨        ୧,୦୧,୩୩୩
୨୦୧୫-୧୬   ୨,୯୫,୫୧,୮୪୪         ୧,୧୧,୮୦୭
୨୦୧୪-୧୫   ୨,୩୨,୨୨,୦୮୩         ୧,୩୦,୪୨୩

 

 

 

 

 

Get real time updates directly on you device, subscribe now.