fbpx

ଗଞ୍ଜେଇ ଚୋରା ଚାଲାଣ ପାଇଁ ସିଙ୍ଗାପୁର ଭାରତୀୟ ମୂଳ ବ୍ୟକ୍ତିଙ୍କୁ ଫାଶୀ, ବ୍ରିଟିଶ ବ୍ୟବସାୟୀ କହିଲେ- ‘ଏଠାରେ ଭୁଶୁଡ଼ି ପଡ଼ିଛି ସିଷ୍ଟମ୍’

ନୂଆଦିଲ୍ଲୀ: ସିଙ୍ଗାପୁରରେ ଗଞ୍ଜେଇ ଚାଲାଣ କରୁଥିବା ଜଣେ ବ୍ୟକ୍ତିଙ୍କୁ ଫାଶୀ ଦଣ୍ଡ ଦିଆଯାଇଛି । ଏହି ବ୍ୟକ୍ତି ଜଣଙ୍କର ନାମ ତଙ୍ଗରାଜୁ ସୁପୈୟା ଅଟେ ଏବଂ ସେ ଜଣେ ଭାରତୀୟ ମୂଳ ବାସିନ୍ଦା ଥିଲେ କିନ୍ତୁ ତାଙ୍କର ନାଗରୀକତା ସିଙ୍ଗାପୁର ଥିଲା । ଏହି ଘଟଣାରେ ବ୍ୟକ୍ତି ଜଣଙ୍କର ପରିବାର ସିଙ୍ଗାପୁର ସରକାରଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଥିଲେ, କିନ୍ତୁ ତାଙ୍କର ଆବେଦନକୁ ଶୁଣାଯାଇ ନଥିଲା ।

ଖବର ସରବରାହ ସଂସ୍ଥା ରିଉଟର୍ସ ଅନୁଯାୟୀ ୪୬ ବର୍ଷୀୟ ତଙ୍ଗାରାଜୁ ସୁପୈୟା ୨୦୧୩ ସମୟରେ ଏକ କଏଜିରୁ ଅଧିକ ଗଞ୍ଜେଇ ଚାଲାଣ କରିବା ପାଇଁ ଉସକାଇବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ନିଶାଦ୍ରବ୍ୟ କାରବାର ଉପରେ ସିଙ୍ଗାପୁରରେ କଡ଼ା ଆଇନ୍ ରହିଛି । ଅଧିକାରିଙ୍କ କହିବା ମୁତାବକ ସିଙ୍ଗାପୁର ସମାଜର ସୁରକ୍ଷା ପାଇଁ ଏହା ଜରୁରୀ ଅଟେ ।

ଏହି ମାମଲାରେ ପରିବାରର ପ୍ରତିନିଧିତ୍ୱ କରୁଥିବା ସିଙ୍ଗାପୁରର ମାନବାଧିକାର କର୍ମୀ କୋକିଲା ଅନ୍ନାମାଲାଇ ନିଶ୍ଚିତ କରିଛନ୍ତି ଯେ ରାଷ୍ଟ୍ରପତି ତାଙ୍କ ମୃତ୍ୟୁ ପୂର୍ବରୁ କ୍ଷମା ପ୍ରାର୍ଥନା ଆବେଦନକୁ ଖାରଜ କରିବା ପରେ ସୁପିୟାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଯେତେବେଳେ ଏହି ପ୍ରସଙ୍ଗରେ ସିଙ୍ଗାପୁର ସରକାରଙ୍କ ପ୍ରତିକ୍ରିୟା ମଗାଯାଇଥିଲା, ସେତେବେଳେ ସେମାନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିଲା।

ତେବେ ବିବିସି ରିପୋର୍ଟ ଅନୁଯାୟୀ, ତଙ୍ଗରାଜୁ ସୁପାୟା ସିଙ୍ଗାପୁରରୁ ମାଲେସିଆକୁ ଏକ କିଲୋ ଗଂଜେଇ ଚାଲାଣ କରିବାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଯଦିଓ ସେ ଗଂଜେଇ ସହିତ ଧରାପଡି ନଥିଲେ।

ସିଙ୍ଗାପୁରରେ ଥିବା ନିୟମ ଅନୁଯାୟୀ ୫୦୦ ଗ୍ରାମ୍‌ରୁ ଅଧିକ ନିଶାଦ୍ରବ୍ୟ ଥାଏ, ତେବେ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ମିଳିବ । ସୁପୈୟାଙ୍କ ନିକଟରୁ ୧୦୧୭.୯ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା । ତେବେ ଏହି ମାମଲାରେ ମିଳିତ ଜାତିସଂଘ କାର୍ଯ୍ୟାଳୟ ସିଙ୍ଗାପୁର ସରକାରଙ୍କୁ ଫାଶୀ ଦଣ୍ଡ ମାମଲାରେ ଆଗକୁ ନବଢିବାକୁ କୁହାଯାଇଥିଲା । କାରଣ ନିଶାଦ୍ରବ୍ୟ ମାମଲାରେ ମୃତ୍ୟୁ ଦଣ୍ଡ ଆନ୍ତର୍ଜାତୀୟ ନିୟମର ଅନୁରୁପ ଅଟେ ।

Get real time updates directly on you device, subscribe now.