ମ୍ୟାଚର ଦୁଇ ଦିନ ପୂର୍ବରୁ ସିରାଜଙ୍କ ବଡ଼ ଘୋଷଣା, ଚତୁର୍ଥ ଟେଷ୍ଟରେ ଖେଳିବେ ଏହି ଖେଳାଳି

୪ର୍ଥ ମ୍ୟାଚ ପୂର୍ବରୁ ସିରାଜଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ଟିମ ଆହତ ଅବସ୍ଥାରେ ରହିଛି। ନୀତିଶ ରେଡ୍ଡୀ ଆହତ ହେବା ଯୋଗୁଁ ଟେଷ୍ଟ ସିରିଜରୁ ବାହାରିଯାଇଛନ୍ତି। ସେହିପରି ହାତରେ ଆଘାତ ଲାଗିବାରୁ ଅର୍ଶଦୀପ ଚତୁର୍ଥ ଟେଷ୍ଟରୁ ବାହାରିଛନ୍ତି।

ଆକାଶ ଦୀପଙ୍କର ମଧ୍ୟ ଅଣ୍ଟା ସମସ୍ୟା ରହିଛି। ଅନ୍ୟ ପକ୍ଷରେ ଜସପ୍ରିତ ବୁମରା ସିରିଜରେ ତିନୋଟି ମ୍ୟାଚ ଖେଳିବେ। ଏପର୍ଯ୍ୟନ୍ତ ସେ ଇଂଲଣ୍ଡ ଗସ୍ତରେ ଦୁଇଟି ମ୍ୟାଚ୍ ଖେଳିସାରିଛନ୍ତି। ବର୍ତ୍ତମାନ ମହମ୍ମଦ ସିରାଜ ଚତୁର୍ଥ ଟେଷ୍ଟ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ହିଁ ବୁମରାଙ୍କ ଖେଳିବାକୁ ନେଇ ବଡ଼ ବୟାନ ଜାରି କରିଛନ୍ତି।

ଶାନଦାର ଫର୍ମରେ ଅଛନ୍ତି ଜସପ୍ରିତ ବୁମରାହ: ମହମ୍ମଦ ସିରାଜ କହିଛନ୍ତି ଯେ, ମୁଁ ଜାଣେ ଯେ ଜସପ୍ରିତ ବୁମରାହ ଖେଳିବେ। ଭାରତୀୟ ଦଳ ଟେଷ୍ଟ ସିରିଜରେ 1-2 ରେ ପଛୁଆ ଅଛି ଏବଂ ସିରିଜରେ ରହିବା ପାଇଁ ଏହାକୁ ଯେକୌଣସି ମୂଲ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଜିତିବାକୁ ପଡିବ। ଏଥିପାଇଁ ଦଳକୁ ବୁମରାହଙ୍କ ଆବଶ୍ୟକତା ପଡିବ, କାରଣ ତାଙ୍କ ପାଖରେ ପ୍ରଚୁର ଅଭିଜ୍ଞତା ଅଛି ଏବଂ ସେ ଭଲ ଫର୍ମରେ ମଧ୍ୟ ଅଛନ୍ତି।

ଜସପ୍ରିତ ବୁମରାହ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟରେ ଖେଳି ପାଞ୍ଚଟି ୱିକେଟ ନେଇଥିଲେ। ଏହା ପରେ, Load Management ନାମରେ ତାଙ୍କୁ ଦ୍ୱିତୀୟ ଟେଷ୍ଟରୁ ବିଶ୍ରାମ ଦିଆଯାଇଥିଲା।

ତା’ପରେ ସେ ତୃତୀୟ ଟେଷ୍ଟରେ ଫେରି ନିଜର ବୋଲିଂ ଦକ୍ଷତା ଦେଖାଇଥିଲେ। ସେ ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ପାଞ୍ଚଟି ୱିକେଟ ଏବଂ ଦ୍ୱିତୀୟ ଇନିଂସରେ ଦୁଇଟି ୱିକେଟ ନେଇଥିଲେ।