fbpx

ଫାଇନାଲ ମ୍ୟାଚରେ ହାରିବା ଦୁଃଖ ହେଲା ଅସହ୍ୟ: ରେସଲର ବବିତା ଫୋଗଟଙ୍କ ଭଉଣୀ ରିତିକା କଲେ ଆତ୍ମହତ୍ୟା

ଚଣ୍ଡୀଗଡ଼, ୧୮ା୩: କୁସ୍ତି ଖେଳାଳି ରିତିକା ଫୋଗଟ ଆତ୍ମହତ୍ୟା କରିଛନ୍ତି । ଫାଇନାଲ ମ୍ୟାଚ ହାରିବାର ଦୁଃଖ ସହ୍ୟ କରିନପାରି ରିତିକା ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି । ରିତିକା ହେଉଛନ୍ତି ରେସଲସର ଗୀତା ଫୋଗଟ ଓ ବବିତା ଫୋଗଟଙ୍କ ସମ୍ପର୍କୀୟା ଭଉଣୀ । ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ମହାବୀର ସିଂ ଫୋଗଟଙ୍କଠାରୁ ରିତିକା ଟ୍ରେନିଂ ନେଉଥିଲେ ।

ସୂଚନା ଅନୁଯାୟୀ, ଗତ ୧୪ ତାରିଖରେ ହରିୟାଣାର ଭରତପୁରଠାରେ ଅନୁଷ୍ଠିତ ହୋଇଥିବା ଏକ ଟୁର୍ଣ୍ଣାମେଣ୍ଟରେ ରିତିକା ୧ ପଏଣ୍ଟ ପାଇଁ ଫାଇନାଲରେ ହାରି ଯାଇଥିଲେ । ସେହିଦିନ ଠାରୁ ରିତିକା ସର୍ବଦା ମାନସିକା ଚାପରେ ରହୁଥିଲେ । ମ୍ୟାଚ ହାରିବାର ଅବସାଦକୁ ନେଇ ସେ ଗତକାଲି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ରିତିକାଙ୍କ ପରି ଜଣେ ପ୍ରତିଭାସମ୍ପନ୍ନ ଖେଳାଳି ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରିସାରିଛନ୍ତି ।

Get real time updates directly on you device, subscribe now.