fbpx

ବିନା ମାସ୍କରେ ବସିଲେ କ୍ୟାବରେ: ଗଣିଲେ ୫୦ ହଜାର ଜରିମାନା

ଭାନକୋଭର, ୪ା୧: ଦିନ ଥିଲା ଲୋକେ କରୋନାକୁ ନେଇ ବହୁତ ସଚେତନ ରହିବା ସହ କଟକଣାକୁ ମାନୁଥିଲେ । ମାତ୍ର ଟିକା ଆସିବା ନେଇ ଚର୍ଚ୍ଚା ହେବା ଦିନଠାରୁ କିଛି ଲୋକ କରୋନା ଗାଇଡଲାଇନକୁ ମାନୁ ନଥିବା ଦେଖା ଯାଉଛି । ଏହିପରି ଘଟଣାରେ ଜଣେ ବ୍ୟକ୍ତି ମାସ୍କ ନପିନ୍ଧି ୫୦ ହଜାର ଟଙ୍କା ଫାଇନ ଦେଇଥିବା ଜଣାପଡ଼ିଛି ।

ଘଟଣାଟି ଘଟିଛି କାନାଡ଼ାର ଭାନକୋଭର ସହରରେ । ଜଣେ ବ୍ୟକ୍ତି ନୂଆବର୍ଷ ପାର୍ଟି ସାରି ନିଶାସକ୍ତ ଅବସ୍ଥାରେ ଏକ କ୍ୟାବ ମଧ୍ୟରେ ବସିଥିଲେ । କ୍ୟାବ ଡ୍ରାଇଭର ଉକ୍ତ ବ୍ୟକ୍ତିଙ୍କୁ ମାସ୍କ ଲଗାଇବାକୁ କହିଥିଲେ, ମାତ୍ର ସେ ଏହାକୁ ଶୁଣିନଥିଲେ । ବାଧ୍ୟ ହୋଇ ଡ୍ରାଇଭର ଜଣକ କ୍ୟାବକୁ ପୋଲିସ ଷ୍ଟେସନକୁ ନେଇଯାଇଥିଲେ । ଫଳରେ ପୋଲିସ ଉକ୍ତ ବ୍ୟକ୍ତି ଜଣଙ୍କଠାରୁ ୫୦ ହଜାର ଟଙ୍କା ଫାଇନ ଆଦାୟ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.