fbpx

ରାଜଧାନୀରେ ଅଣାୟତ୍ତ କରୋନା, ୬ ଦିନିଆ ଲକଡାଉନ୍ ଘୋଷଣା କଲେ ଦିଲ୍ଲୀ ସରକାର

ନୁଆଦିଲ୍ଲୀ, ୧୯ ।୪ (ଓଡିଶା ଭାସ୍କର) : ଦିଲ୍ଲୀରେ ଦ୍ରୁତ ଗତିରେ ବଢ଼ୁଥିବା କରୋନା ସଂକ୍ରମଣକୁ ଆଖି ଆଗରେ ରଖି କେଜ୍ରିୱାଲ ସରକାର ୬ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି । ଆଜି କରୋନା ସ୍ଥିତି ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତି ନେଇଛନ୍ତି । ଆଜି ୧୦ଟାରୁ ୬ ଦିନ ପାଇଁ ଅର୍ଥାତ୍ ସୋମବାର ସକାଳ ୫ଟା ଟା ଯାଏଁ ଲକଡାଉନ୍ ଲାଗୁ ହେବ ବୋଲି ସେ କହିଛନ୍ତି । ଦିଲ୍ଲୀରେ କରୋନା ସ୍ଥିତି ଅସମ୍ଭାଳ ହେଉଥିବାରୁ ଏପରି କଡା ପଦକ୍ଷେପ ନିଆଯାଇଛିି ।

ଏହା ଘୋଷଣା କରିବା ସମୟରେ ସେ କହିଛନ୍ତି ଯେ, ଦିଲ୍ଳୀରେ ସ୍ୱାସ୍ଥ୍ୟାବସ୍ଥା ସୀମା ପର୍ଯ୍ୟନ୍ତ ପହଞ୍ଚିଯାଇଛି । ଏବେ ପ୍ରତିଦିନ ହାରାହାରି ୨୫ ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେଣୁ ଦୈନିକ ୨୫ ହଜାର ସଂକମ୍ରିତଙ୍କୁ ଚିକିତ୍ସା ଯୋଗାଇବା କାଠିକର ପାଠ । ତେଣୁ ଏହାଠାରୁ ଅଧିକ ହେଲେ ସ୍ୱାସ୍ଥ୍ୟାବସ୍ଥା ଭୁଶୁଡି ଯାଇପାରେ । ଦିଲ୍ଲୀରେ ଆଇସିୟୁ ବେଡ୍, ଅକ୍ସିଜେନ୍ ର ଅଭାବ ଦେଖାଗଲାଣି । ରେମଡେସିଭିରର ବି ଅଭାବ ପରିଲକ୍ଷିତ ହେଲାଣି । ଏଭଳି ଏକ କଡା ପଦକ୍ଷେପ ବହୁ କଷ୍ଟରେ ନେବାକୁ ପଡୁଛି । ତେଣୁ ଦିଲ୍ଲୀବାସୀଙ୍କୁ ସହଯୋଗ କରିବାକୁ କେଜ୍ରିୱାଲ୍ ନିବେଦନ କରିଛନ୍ତି ।

Get real time updates directly on you device, subscribe now.