fbpx

୨୩ ବର୍ଷ ପରେ ପ୍ରଥମ ଘଟଣା: ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ୬ ଦିନିଆ ଟେଷ୍ଟ ମ୍ୟାଚ

ନୂଆଦିଲ୍ଲୀ: କ୍ରିକେଟ ଇତିହାସର ଦୀର୍ଘ ୨୩ ବର୍ଷର ବ୍ୟବଧାନ ପରେ ଏକ ନୂଆ ଘଟଣା ଦେଖିବାକୁ ମିଳିବ । ଦୁଇ ରାଷ୍ଟ୍ର ମଧ୍ୟରେ ୬ ଦିନିଆ ଟେଷ୍ଟ ମ୍ୟାଚ ଖେଳାଯିବ । ସେପ୍ଟେମ୍ବର ୧୮ ତାରିଖରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ୬ ଦିନିଆ ଟେଷ୍ଟ ମ୍ୟାଚ ଖେଳାଯିବ । ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ମାସରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜର ଶିଡ୍ୟୁଲ ଜାରି କରାଯାଇଛି । ଶ୍ରୀଲଙ୍କା କ୍ରିକେଟ ଦ୍ୱାରା ଘୋଷିତ ଶିଡ୍ୟୁଲରେ ପ୍ରଥମ ଟେଷ୍ଟ ୬ ଦିନିଆ ହେବ ବୋଲି କୁହାଯାଇଛି । ସାଧାରଣ ଭାବେ ଗୋଟିଏ ଟେଷ୍ଟ ମ୍ୟାଚ ୫ ଦିନରେ ଖେଳାଯାଉଥିବା ବେଳେ ଟେଷ୍ଟ ମ୍ୟାଚ ସମୟରେ ନିର୍ବାଚନ ହେଉଥିବା କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି । ସେପ୍ଟେମ୍ବର ୨୧ରେ ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ହେଉଥିବାରୁ ସେହିଦିନ ଖେଳ ହେବ ନାହିଁ । ଏନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତରଫରୁ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଜାରି କରାଯାଇଛି ।

ତେବେ ଦୁଇ ଦଶନ୍ଧି ପରେ ପ୍ରଥମ ଥର ଶ୍ରୀଲଙ୍କା ୬ ଦିନିଆ ଟେଷ୍ଟ ମ୍ୟାଚ ଖେଳିବ । ଶେଷଥର ପାଇ ୨୦୦୧ରେ କଲମ୍ବୋରେ ଜିମ୍ବାୱେ ବିପକ୍ଷରେ ୬ ଦିନିଆ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା । ଶ୍ରୀଲଙ୍କାରେ ପୋୟା ଡେ (ପୂର୍ଣ୍ଣିମା) ଅବସରରେ ଏକ ପାରମ୍ପରିକ ଛୁଟି ରହିଥିଲା । ତେବେ ୨୦୦୮ରେ ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚ ପାଇଁ ଟେଷ୍ଟ ରଖା ଯାଇଥିଲା । ସେହିବର୍ଷ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଢାକା ଟେଷ୍ଟ ମ୍ୟାଚରେ ଟେଷ୍ଟ ଡେ ରଖାଯ।।ଇଥିଲା । ସେହି ସମୟରେ ବାଂଲାଦେଶରେ ସଂସଦୀୟ ନିର୍ବାଚନ ହେଉଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିଲା । ସେପ୍ଟେମ୍ବର ୧୮ରେ ଗାଲାରେ ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ । ଟେଷ୍ଟ ମ୍ୟାଚ ଆରମ୍ଭ ହେବାର ପ୍ରଥମ ତିନିଦିନ ପରେ ୨୧ରେ ଏକ ଟେଷ୍ଟ ଡେ ହେବ । ତା’ପରେ ଅବଶିଷ୍ଟ ଦୁଇଦିନ ସେପ୍ଟେମ୍ବର ୨୨ ଓ ୨୩ରେ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ଦିନର ଖେଳ ଖେଲାଯିବ ।

Get real time updates directly on you device, subscribe now.