fbpx

କମିଶନରେଟ ପୋଲିସରେ ୬୦୦ ଟ୍ରାଫିକ ସ୍ୱେଚ୍ଛାସେବୀ ପଦବୀ ଖାଲି, ଛାତ୍ରଛାତ୍ରୀଙ୍କୁ ଦିଆଯିବ ନିଯୁକ୍ତି

ପୋଲିସ କମିଶନରେଟରେ ଭୁବନେଶ୍ୱର ଓ କଟକ ସହରାଞ୍ଚଳ ଆରକ୍ଷୀ ଜିଲ୍ଲାରେ ୬୦୦ ପଦବୀ ଖାଲି ରହିଛି । ଏହି ପଦବୀରେ ଛାତ୍ରଛାତ୍ରୀ ଟ୍ରାଫିକ ସ୍ୱେଚ୍ଛାସେବୀଙ୍କୁ ନିଯୁକ୍ତି ଦିଆଯିବ । ଭୁବନେଶ୍ୱର ସହରାଞ୍ଚଳରେ ୪୦୦ ଓ କଟକ ସହରାଞ୍ଚଳରେ ୨୦୦ ଛାତ୍ରଛାତ୍ରୀ ଟ୍ରାଫିକ ସ୍ୱେଚ୍ଛାସେବୀ ଭାବେ ନିଯୁକ୍ତି ପାଇବେ । ଆସନ୍ତା ଜାନୁଆରୀ ମାସ ୭ ତାରିଖ ଆବେଦନର ଅନ୍ତିମ ତାରିଖ ରହିଛି । ନିର୍ଦ୍ଧାରିତ ତାରିଖ ପରେ ଦାଖଲ ହୋଇଥିବା ଦରଖାସ୍ତ ଓ ଅସମ୍ପୂର୍ଣ୍ଣ ଦରଖାସ୍ତକୁ ବିଚାରକୁ ନିଆଯିବ ନାହିଁ ।

ତେବେ ଏହି ନିଯୁକ୍ତି ସମ୍ବନ୍ଧୀୟ ନିୟମାବଳୀ, ଦରଖାସ୍ତ ଫର୍ମ ଭୁବନେଶ୍ୱର ଏଜି ଛକ ସ୍ଥିତ ଏସିପି, ଟ୍ରାଫିକ, ଭୁବନେଶ୍ୱର ଓ କଟକ ମଧୁପାଟଣା ଛକ ସ୍ଥିତ ଏସିପି, ଟ୍ରାଫିକ, କଟକଙ୍କ କାର୍ଯ୍ୟାଳୟରେ ବିନା ମୂଲ୍ୟରେ ମିଳିବ । ଏଥିସହ କମିଶନରେଟ୍ ପୋଲିସ ୱେବସାଇଟ୍ www.bhubaneswarcuttackpolice.gov.in ରେ ମଧ୍ୟ ଏହା ଉପଲବ୍ଧ ହେବ ।

ଅଫିସିଆଲ ନୋଟିଫିକେସନ ଓ ଆବେଦନ ଫର୍ମ ଲିଙ୍କ: https://nijuktikhabar.in/wp-content/uploads/2021/12/Student-Traffic-Volunteer-Recruitment-2022.pdf

ଅଫିସିଆଲ ୱେବସାଇଟ୍: https://bhubaneswarcuttackpolice.gov.in/

Get real time updates directly on you device, subscribe now.