fbpx

ଏନକାଉଣ୍ଟରରେ ୬ ଆତଙ୍କବାଦୀ ନିହତ

ଦିସପୁର: ଏନକାଉଣ୍ଟରରେ ୬ ଜଣ ଡିମାସା ନ୍ୟାସନାଲ ଲିବରେସନ୍ ଆର୍ମି (ଡିଏନଏଲଏ) ଆତଙ୍କବାଦୀ ନିହତ ହୋଇଛନ୍ତି । ଆସାମ-ନାଗାଲାଣ୍ଡ ସୀମାରେ ଆସାମର କାର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ଏହି ଏନକାଉଣ୍ଟର ସଂଘଟିତ ହୋଇଥିଲା । ମୃତ ଆତଙ୍କବାଦୀଙ୍କ ନିକଟରେୁ ପୋଲିସ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରିଛି । ଆଜି ସକାଳେ ଆସାମ ପୋଲିସ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ତେବେ ପୋଲିସ ଓ ସେନାର ମିଳିତ ଅପରେସନ ଫଳରେ ଏହି ସଫଳତା ମିଳିଥିବା ପୋଲିସ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.