ଭୁବନେଶ୍ୱର: ଗ୍ରାହକଙ୍କ ପ୍ରଥମ ପସନ୍ଦକୁ ଆଧାର କରି ସ୍କୋଡା ଅଟୋ ଇଣ୍ଡିଆ ନିଜର ନେଟୱାର୍କକୁ ଦିନକୁ ଦିନ ବଢାଇବାରେ ଲାଗିଛି। ଆଉ ଏହାରି ଭିତରେ ଆଜି ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଦୁଇଟି ନୂଆ ଟଚ୍ପଏଣ୍ଟର ଉଦ୍ଘାଟନ ହୋଇଛି। ଏହି ଦୁଇଟି ସେଲ୍ସ୍ ଏବଂ ସର୍ଭିସ୍ ସେଣ୍ଟର ‘ଏମ୍ପୋରିଓ ଆଲ୍ଲିଡ଼ ପ୍ରାଇଭେଟ ଲିମିଟେଡ଼’ ଦ୍ୱାରା ପ୍ରଚଳିତ ହେବ ।
ଏହି ନୂତନ ପ୍ରତିଷ୍ଠାନ ସହିତ ଓଡ଼ିଶାରେ ସ୍କୋଡା ଅଟୋ ଇଣ୍ଡିଆର ମୋଟ ଛଅଟି ଟଚ୍ପଏଣ୍ଟ ସେଣ୍ଟର ପ୍ରତିଷ୍ଠିତ ହୋଇଛି ଓ ଭୁବନେଶ୍ୱରରେ ଏହା ତୃତୀୟ ଟଚପଏଣ୍ଟ।
ଏହି ପଦକ୍ଷେପ ପୂର୍ବ ଭାରତରେ ସ୍କୋଡା ଅଟୋ ଇଣ୍ଡିଆର ନେଟୱାର୍କ ବିସ୍ତାରକୁ ଆଗକୁ ନେଇଛି । ୪୨୫୦ ବର୍ଗଫୁଟ ଅଞ୍ଚଳରେ ୬ଟି ଗାଡ଼ି ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ ସ୍ଥାନ ସହିତ ସର୍ଭିସ୍ ଏବଂ ସ୍ପେୟାର୍ସ ପାଇଁ ଅତ୍ୟାଧୁନିକ ଡିଜାଇନ୍ ଅନୁଯାୟୀ ନିର୍ମାଣ ହୋଇଛି ଏହି ଟଚ୍ପଏଣ୍ଟ ସେଣ୍ଟର ।
ସ୍କୋଡା ଅଟୋ ଇଣ୍ଡିଆର: ଏହି ଉଦ୍ଘାଟନ ସମୟରେ ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ ନିର୍ଦ୍ଦେଶକ ଅଶିଷ ଗୁପ୍ତା କହିଥିଲେ ଯେ, “ଭୁବନେଶ୍ୱର ଓ ଓଡ଼ିଶା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର”।
“ଏହି ନୂତନ ଟଚ୍ପଏଣ୍ଟ ସେଣ୍ଟର ଆମ ଦେଶବ୍ୟାପୀ ନେଟୱାର୍କ ବିକାଶର ଏକ ପ୍ରମାଣ। ଏହା ଗ୍ରାହକଙ୍କୁ ଉତ୍କୃଷ୍ଟ ସେଲ୍ସ୍ ଓ ଆଫ୍ଟରସେଲ୍ସ୍ ଅନୁଭବ ଦେବା ଆମର ପ୍ରତିବଦ୍ଧତାକୁ ପ୍ରମାଣିତ କରିବ”।
ଏମ୍ପୋରିଓ ଆଲ୍ଲିଡ଼ ପ୍ରାଇଭେଟ ଲିମିଟେଡ଼ର ଡିଲର୍ ପ୍ରିନ୍ସିପାଲ୍, ଅବିନାଶ ସାମଲ କହିଥିଲେ ଯେ, “ସ୍କୋଡା ଗୁଣବତ୍ତା, ଗ୍ରାହକ ସେବା ପାଇଁ ପରିଚିତ।
ଭୁବନେଶ୍ୱରରେ ଏହି ନୂଆ ସୁବିଧା ସହ ଆମେ ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ ପାଇଁ ଗର୍ବିତ। ଆଗାମୀ ଦିନରେ ଆଉ ଅଧିକ ଓ ଉନ୍ନତ ଗ୍ରାହକ ସେବା ଦେବା ପାଇଁ ଆମେ ସର୍ବଦା ପ୍ରତିବଦ୍ଧ।”
ସ୍କୋଡା ଅଟୋ ଇଣ୍ଡିଆର କୁସାକ, ସ୍ଲାଭିଆ, କୋଡିଅକ ଓ ଇନିଆକ ପରି ଲୋକପ୍ରିୟ ଗାଡି ଏଠାରେ ଉପଲବ୍ଧ। ଗ୍ରାହକମାନେ ଅନେକ ଆଫ୍ଟରସେଲ୍ସ୍ ପ୍ରୋଗ୍ରାମ୍ – ସୁପର କେୟାର , ଏକ୍ସଟେଣ୍ଡେଡ୍ ୱାରାଣ୍ଟି, ଭାଲ୍ୟୁ ସର୍ଭିସ୍ ପ୍ଲାନ୍ ପରି ସୁବିଧା ଉପଭୋଗ କରିପାରିବେ।
ଏବେ ସ୍କୋଡା ଅଟୋ ଇଣ୍ଡିଆର ୩୦୦ରୁ ଅଧିକ ଟଚ୍ପଏଣ୍ଟ ୧୭୬ଟି ସହରରେ ବ୍ୟାପିଛି, ଯାହା ଦେଶରେ ଗ୍ରାହକ ସମ୍ପର୍କ ବୃଦ୍ଧିରେ ମୂଳ ଭୂମିକା ଗ୍ରହଣ କରିଛି।
ଏହି ଅବସରରେ ସ୍କୋଡାର ବ୍ରାଣ୍ଡ ନିର୍ଦ୍ଦେଶକ ଶ୍ରୀ ଆଶିଷ ଗୁପ୍ତା, ଡିଲର ପ୍ରିନ୍ସିପାଲ୍ ଶ୍ରୀ ଅବିନାଶ ସାମଲ ଓ ବର୍ଷା ପ୍ରିୟଦର୍ଶିନୀ ସ୍ୱାଇଁ, ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ସାମଲଙ୍କ ସହ ସ୍କୋଡା ଅଟୋ ଇଣ୍ଡିଆର ଅନୀଲା, ପ୍ରଦୀପ କେମ୍ପାନ୍ନା, ବିଜୁ, ସୁଦୀପ ପୁରୀ ଓ ମିଥିନ ପ୍ରତିନିଧି ରୂପେ ଯୋଗ ଦେଇଥିଲେ।