fbpx

ବିଜେପିକୁ ଟାର୍ଗେଟ୍ କରୁ କରୁ କଂଗ୍ରେସ ନେତାଙ୍କ ପାଟି ଖସିଲା, କହିଲେ- ସୀତା ମାତାଙ୍କ ବସ୍ତ୍ରହରଣ ହୋଇଥିଲା…

Advertisement

ନୂଆଦିଲ୍ଲୀ: ବିଜେପିକୁ ଟାର୍ଗେଟ୍ କରୁ କରୁ କଂଗ୍ରେସ ନେତା ରଣଦୀପ ସୁରଜେଓ୍ଵାଲାଙ୍କ ପାଟି ଖସି ଯାଇଛି। ସେ ଦ୍ରୌପଦୀଙ୍କ ଉଦାହରଣ ଦେଉ ଦେଉ ସୀତା ମାତାଙ୍କୁ ନେଇ ବିବାଦୀୟ ଟିପ୍ପଣୀ କରିଛନ୍ତି। ସେ କହୁ କହୁ କହି ଦେଇଛନ୍ତି ଯେ, ସୀତା ମାତାଙ୍କ ବସ୍ତ୍ରହରଣ ହୋଇଥିଲା। ଆଜି ଏହି ଲୋକେ ଗଣତନ୍ତ୍ରର ବସ୍ତ୍ରହରଣ କରିବାକୁ ଚାହୁଁଛନ୍ତି। କଂଗ୍ରେସ ନେତାଙ୍କ ଏହି ବୟାନ  ପରେ ସାମାଜିକ ଗଣମାଧ୍ୟମରେ ଲୋକେ ପ୍ରଶ୍ନ କରୁଛନ୍ତି ଯେ, ସୀତା ମାତାଙ୍କ ବସ୍ତ୍ରହରଣ କେବେ ହୋଇଥିଲା।

ସୂଚନା ଅନୁଯାୟୀ, ସୁରଜେଓ୍ଵାଲା ଶୁକ୍ରବାର ହେବାକୁ ଥିବା ରାଜ୍ୟସଭା ଉପରେ ନିଜ ମତ ରଖୁଥିଲେ। ସେ କହିଥିଲେ, ଆମେ ବିଶ୍ଵାସ କରୁଛୁ ଯେ, ଆସନ୍ତାକାଲି ଗଣତନ୍ତ୍ରର ବିପୁଳ ବିଜୟ ଘଟିବ। ଗଣତନ୍ତ୍ରର ବସ୍ତ୍ରହରଣ କରୁଥିବା ଲୋକଙ୍କୁ ମୁହଁତୋଡ ଜବାବ ମିଳିବ। ଏହି ଲୋକେ ଧନବଳ, କ୍ଷମତାବଳ, ଇଡି, ସିବିଆଇର ଦୁରୁପଯୋଗ କରି ଫଳାଫଳକୁ ପ୍ରଭାବିତ କରି ଆସିଛନ୍ତି। ଏହା ପରେ ତାଙ୍କ ପାଟି ଖସି ଯାଇଥିଲା ଏବଂ କହିଥିଲେ ଯେ, ଯେମିତି ସୀତା ମାତାଙ୍କ ବସ୍ତ୍ରହରଣ ହୋଇଥିଲା, ଶାସକ ଦଳ ପ୍ରଜାତନ୍ତ୍ରର ବସ୍ତ୍ରହରଣ କରିବାକୁ ଚାହାନ୍ତି। ଏହି ଲୋକେ ହାରିବେ ଏବଂ ସେମାନଙ୍କ ମୁଖା ଖୋଲିଯିବ।

 

କଂଗ୍ରେସ ନେତାଙ୍କ ଏହି ବୟାନ ପରେ ସାମାଜିକ ଗଣମାଧ୍ୟମରେ ଲୋକେ ତାଙ୍କୁ ଘେରିବାରେ ଲାଗିଛନ୍ତି। ତାଙ୍କୁ ଲୋକେ ଅନେକ ପ୍ରଶ୍ନ କରୁଛନ୍ତି ଏବଂ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି। ଲୋକେ ସୁରଜେଓ୍ଵାଲାଙ୍କୁ ପ୍ରଶ୍ନ କରୁଛନ୍ତି ଯେ, କେବେ ସୀତା ମାତାଙ୍କ ବସ୍ତ୍ରହରଣ ହୋଇଥିଲା। ଏହାକୁ ନେଇ ଅନେକ ମିମ୍ସ ମଧ୍ୟ ସେୟାର କରାଯାଉଛି।

 

Get real time updates directly on you device, subscribe now.