fbpx

ସ୍ମାର୍ଟଫୋନ୍ ବ୍ୟବହାର ହୋଇପାରେ ଅବସାଦର କାରଣ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ସ୍ମାର୍ଟଫୋନ୍ ବ୍ୟବହାର ଏକ ସାଧାରଣ କଥା ପାଲଟିଗଲାଣି। କେବଳ ଯୋଗାଯୋଗ ନୁହେଁ, ଶିକ୍ଷା ଏବଂ ଆଉ କେତେକ କ୍ଷେତ୍ରରେ ଏହାକୁ ଉପଯୋଗ କରାଯାଉଛି। କିନ୍ତୁ ଏପରି କେତେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଅଧ୍ୟାକାଂଶ ସମୟ ସ୍ମାର୍ଟଫୋନ୍‌ ସହ ସମୟ କଟାଇଥାଆନ୍ତି। ଏପରି କି କେତେକଙ୍କର ଏହା ଅଭ୍ୟାସରେ ପରିଣତ ହୋଇଯାଇଥାଏ। ଏପରି କ୍ଷେତ୍ରରେ ତାହା ଏକ ସ୍ବାସ୍ଥ୍ୟ ସମସ୍ୟାକୁ ଡାକି ଆଣିଥାଏ।

ତାହା କ’ଣ ଜାଣନ୍ତି ? ଅବସାଦ। ଅର୍ଥାତ୍ ଯଦି ଜଣେ ବ୍ୟକ୍ତି ଆବଶ୍ୟକତାଠାରୁ ଅଧିକ ସମୟ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି ତେବେ ସେ ଅବସାଦର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ‘ସ୍ମାର୍ଟଫୋନ୍ ବ୍ୟବହାର ଏବଂ ଅବସାଦ’ ଶୀର୍ଷକ ବିଷୟକୁ ନେଇ ଦକ୍ଷିଣ କୋରିଆର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଅତ୍ୟଧିକ ସମୟ ଏହାକୁ ବ୍ୟବହାର କରୁଥିବା କେତେକ ବ୍ୟକ୍ତିଙ୍କୁ ସର୍ଭେ ପରିସରଭୁକ୍ତ କରାଯାଇଥିଲା।

ଏହି ସମୟରେ ସେମାନଙ୍କର ମାନସିକ ସ୍ଥିତିକୁ ତନ୍ନ ତନ୍ନ କରି ବିଶେଷଜ୍ଞମାନେ ତର୍ଜମା କରିଥିଲେ। ଏମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ବ୍ୟକ୍ତି ଅବସାଦଜନିତ ସମସ୍ୟା ସହ ଜଡିତ ଥିବାର ସେମାନେ ଜାଣିବାକୁ ପାଇଥିଲେ। ତେଣୁ ଜଣେ ବ୍ୟକ୍ତି ଯଦି ସ୍ମାର୍ଟଫୋନ୍‌ ବ୍ୟବହାର କରୁଛନ୍ତି ତେବେ ତାହାର ସମୟସୀମା ପ୍ରତି ସଚେତନ ରହିବା ନିହାତି ଦରକାର ବୋଲି ସେମାନେ ପରାମର୍ଶ ଦେଇଛନ୍ତି।

Get real time updates directly on you device, subscribe now.