fbpx

ସ୍ମାର୍ଟୱାଚର ସ୍ଥାନ ନେବାକୁ ଯାଉଛି ସ୍ମାର୍ଟରିଙ୍ଗ, ସ୍ମାର୍ଟଫୋନର ଭବିଷ୍ୟତ ଉପରେ ବି ପ୍ରଶ୍ନବାଚୀ ଉଠାଇଲେଣି ବିଲ ଗେଟସ୍

Advertisement

ନୂଆଦିଲ୍ଲୀ:ପ୍ରତିଦିନ ଟେକ୍ନୋଲଜି କ୍ଷେତ୍ରରେ ନୂଆ ନୂଆ ଆବିଷ୍କାର ହେବାରେ ଲାଗିଛି । ସେ ସ୍ମାର୍ଟଫୋନର କଥା ହେଉ କି ସ୍ମାର୍ଟୱାଚର କଥା । ପ୍ରତିଦିନ ଟେକ୍ନୋଲଜି କ୍ଷେତ୍ରରେ ଯେପରି ବିକାଶ ଘଟୁଛି ଏବେ ଏସବୁର ଅସ୍ତିତ୍ୱ ଉପରେ ବି ପ୍ରଶ୍ନବାଚୀ ଉଠିଲାଣି । ନୋକିଆର ସିଇଓଙ୍କ ଠାରୁ ଆରମ୍ଭ କରି ମାଇକ୍ରୋସଫ୍ଟର ଫାଉଣ୍ଡର ବିଲ ଗେଟସ୍ ମଧ୍ୟ ସ୍ମାର୍ଟଫୋନର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ଉଠାଇ ସାରିଲେଣି ।
ଏବେ ପ୍ରଶ୍ନ ସ୍ମାର୍ଟୱାଚର ଅସ୍ତିତ୍ୱକୁ ନେଇ । ଗତ କିଛି ବର୍ଷ ମଧ୍ୟରେ ସ୍ମାର୍ଟୱାଚ ବେଶ୍ ପପୁଲାର ହୋଇଛି । କିନ୍ତୁ ଏବେ ଧୀରେ ଧୀରେ ଟେକ୍ନୋଲଜି ସ୍ମାର୍ଟ ରିଙ୍ଗ ଆଡକୁ ଗତି କରୁଛି । ଆସନ୍ତୁ ଜାଣିବା ଏହି ସ୍ମାର୍ଟ ରିଙ୍ଗ ବିଷୟରେ ଯାହା ସ୍ମାର୍ଟୱାଚର ଭବିଷ୍ୟତକୁ ବି ଶେଷ କରିଦେଇପାରେ ।

ଲୋକମାନେ ରିଙ୍ଗକୁ ଏକ ଫ୍ୟାଶନ ଆଇକନ ଭାବରେ କ୍ୟାରୀ କରିଥାନ୍ତି । କିନ୍ତୁ ଯଦି ଏହି ରିଙ୍ଗ ସ୍ମାର୍ଟ ହୋଇଯିବ ତେବେ କ’ଣ ହେବ । ହଁ ଏବେ ସ୍ମାର୍ଟ ରିଙ୍ଗର ସମୟ ଆସିଗଲାଣି ଯାହା ବିଭିନ୍ନ ଦିଗରୁ ଆପଣଙ୍କ ଲାଗି ଉପଯୋଗୀ ସାବ୍ୟସ୍ତ ହୋଇପାରିବ । ଏଥିରେ ଆପଣଙ୍କୁ ସବୁ ପ୍ରକାର ଫିଟନେସ୍ ଫିଚର ମିଳିଯିବ ଯାହା ଏକ ସ୍ମାର୍ଟୱାଚରେ ମିଳିଥାଏ ।
ନୋଏଜ୍ ଏହାର ପ୍ରଥମ ସ୍ମାର୍ଟରିଙ୍ଗ ଲୁନା ଲଞ୍ଚ କରିଛି । ତେବେ ଏହାର ଦାମ୍ କେତେ ରହିବ ସେ ବିଷୟରେ କିଛି କୁହାଯାଇନାହିଁ । କିନ୍ତୁ ଏଥିରେ ଆପଣଙ୍କୁ ଫିଟନେସ ସହ ଜଡିତ ବହୁ ଫିଚର୍ସ ମିଳିଯିବ । ଏହି ରିଙ୍ଗ ହାର୍ଟ ରେଟ୍, ଶରୀରର ତାପମାତ୍ରା ଓ SpO2 ପରି ଫିଚର୍ସ ସହ ଆସୁଛି । ଏହାକୁ ତିଆରି କରିବାରେ ଟାଇଟାନିୟମ ବଡିର ଉପଯୋଗ କରାଯାଇଛି ।

ଏହି ରିଙ୍ଗରେ ୱାୟାରଲେସ୍ ଚାର୍ଜିଂ ପରି ଫିଚର ରହିଛି । ଏହି ରିଙ୍ଗ ଆଗାମୀ କିଛି ସପ୍ତାହ ମଧ୍ୟରେ ମାର୍କେଟକୁ ଆସିଯିବ । ଅନ୍ୟପକ୍ଷରେ ଯଦି ଏକ ରିଙ୍ଗ ଏହିସବୁ ଆବଶ୍ୟକତାକୁ ପୂରଣ କରିପାରିବ ତେବେ ଆଗାମୀ ଦିନରେ ସ୍ମାର୍ଟଫୋନର ଆବଶ୍ୟକତା ବି କମିଯିବ । ତେବେ ମାର୍କେଟରେ ଏହାର ପ୍ରଭାବ ଗୋଟିଏ ଦିନରେ ଜଣାପଡିବ ନାହିଁ । ଅନ୍ୟପକ୍ଷରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବାକୁ ଏହାକୁ କିଛି ସମୟ ଲାଗିବ ।

Get real time updates directly on you device, subscribe now.