ଦେଖନ୍ତୁ (Video) Live ରେସଲିଂ ମ୍ୟାଚରେ ଫାଇଟରଙ୍କୁ କାମୁଡ଼ିଲା ସାପ, ଭୟରେ ଚିତ୍କାର କଲେ ଦର୍ଶକ

WWE ଇତିହାସରେ ସବୁଠାରୁ ଭୟାନକ ଏପିସୋଡ୍ । ସେଠାରେ ଥିବା ଛୋଟ ପିଲା କାନ୍ଦିବାକୁ ଲାଗିଲେ ।

ୱାଶିଂଟନ୍: ଡବ୍ଲ୍ୟୁଡବ୍ଲ୍ୟୁଇରେ ଏମିତି ଅନେକ ଫାଇଟର ଅଛନ୍ତି ଯେଉଁମାନେ ଏବେବି ଲୋକଙ୍କ ମନରେ ଘର କରି ରହିଛନ୍ତି । ଅନେକ ସମୟରେ ରେଶଲରମାନେ ଚରମ ସୀମା ଟପି ନିଜ ବିପକ୍ଷ ଖେଳାଳିଙ୍କୁ ହରାଇବାର ଚେଷ୍ଟା କରିଛନ୍ତି ।

ଏଭଳି ଏକ ଘଟଣା ୧୯୯୧ରେ ଦେଖିବାକୁ ମିଳିଥିଲା । ଖେଳାଳିଙ୍କ ବ୍ୟତୀତ ସେଠାରେ ଉପସ୍ଥିତି ଦର୍ଶକମାନେ ମଧ୍ୟ ଡରି ଛାନିଆ ହୋଇଯାଇଥିଲେ । ଡବ୍ଲ୍ୟୁଡବ୍ଲ୍ୟୁଇ ଖେଳାଳି, ଦ ସ୍ନେକ୍ ରାବର୍ଟସ ପାଳିତ କୋବ୍ରା ଦ୍ୱାରା ମାଚୋ ମ୍ୟାନ୍ ରେଣ୍ଡି ସେବେଜଙ୍କୁ କାମୁଡ଼ାଇ ଥିଲେ ।

ଏ ସାପର ଲମ୍ବା ୧୦ ଫୁଟ ଥିବାବେଳେ ମାଚୋ ମ୍ୟାନଙ୍କ ବାହୁକୁ ସାପଟି ଜୋର କରି କାମୁଡ଼ିଥିବାର ଭିଡିଓ ଦେଖିବାକୁ ମିଳିଛି । ଡବ୍ଲ୍ୟୁଡବ୍ଲ୍ୟୁଇର ସବୁଠାରୁ କ୍ରୁର ଲଢ଼େଇ ଭିତରୁ ଏହା ସବୁଠାରୁ ଜଘନ୍ୟ ଥିଲା ।
ସାପ କାମୁଡ଼ି ଧରିଲା

ଛାଡିଲାନି ସାପ
ମାଚୋ ମ୍ୟାନଙ୍କୁ ସ୍ନେକମ୍ୟାନ୍ ପ୍ରଥମେ ରିଙ୍ଗର ଦୌଡ଼ିରେ ଲକ୍ କରି ଦେଇଥିଲେ । ଏହାପରେ ସ୍ନେକ ମ୍ୟାନ୍ ବ୍ୟାଗରୁ ନାଗ ସାପକୁ କାଢ଼ି ହାତରେ ଧରିଥିଲେ । ସାପକୁ ଧରି ନେଇ ମାଚୋ ମ୍ୟାନଙ୍କ ପାଖକୁ ଯାଇଥିଲେ ସାପଟି ମାଚୋ ମ୍ୟାନଙ୍କ ବାହୁକୁ ଜୋର କରି କାମୁଡ଼ି ଧରିଥିଲା ।

ସାପଟି ୩୦ ସେକେଣ୍ଡ ପର୍ଯ୍ୟନ୍ତ ମାଚୋ ମ୍ୟାନଙ୍କ ବାହୁକୁ ଦାନ୍ତରେ ଧରି ରଖିଥିଲା । ଏହି ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଦର୍ଶକ ଆଶ୍ଚର୍ଯ୍ୟ ହେବା ସହ ଛୋଟପିଲାମାନେ କାନ୍ଦିବା ଆରମ୍ଭ କରିଦେଲେ ।

ସାପର ବିଷ ପୂର୍ବରୁ କାଢ଼ିଦିଆଯାଇଥିଲା । ଯେଉଁ କାରଣରୁ ମାଚୋ ମ୍ୟାନଙ୍କର ବିଶେଷ କ୍ଷତି ହୋଇ ନ ଥିଲା । କିନ୍ତୁ ବିଷ କଢ଼ା ଯାଇ ନ ଥିଲେ ସାପ କାମୁଡ଼ାରେ ତାଙ୍କ ମୃତ୍ୟୁ ସୁନିଶ୍ଚିତ ଥିଲା । ସାପ କାମୁଡ଼ାରେ ମାଚୋ ମ୍ୟାନଙ୍କୁ ୧୦୪ ଡିଗ୍ରୀ ଜ୍ୱର ହୋଇଥିଲା ।