fbpx

(video): ‘ଦିଦି କାନରେ ପଶିଯିବ’- ଶାନ୍ତିରେ ଶୋଇଥିଲେ ମହିଳା, କେଶକୁ ପ୍ରେମ କରୁଛି ସାପ, ଲୋକେ ଦେଖି…

ଓଡିଶା ଭାସ୍କର: ସାପ ବିଷୟରେ ଭାବିଲେ ବି ଅନେକଙ୍କୁ ସଦମା ଆସିଥାଏ । ସାପ ଯେତିକି ଭୟଙ୍କର, ସେତିକି ସହଜରେ ଆକ୍ରମଣ କରିବାର କ୍ଷମତା ମଧ୍ୟ ରଖେ । ସାଧାରଣତଃ ସାପ ଭୂମିରେ ଯାଉଥିବାର ଦେଖିବାକୁ ମିଳିଥାଏ । ମାତ୍ର ଯଦି ଏହା କାହାର କେଶରେ ବୁଲୁଥିବାର ଦେଖିବାକୁ ମିଳେ ତାହା ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟଜନକ ଘଟଣା । ଏହିକ୍ରମରେ ଏମିତି ଏକ ଘଟଣା ଘଟିଛି ଜଣେ ମହିଳାଙ୍କ କ୍ଷେତ୍ରରେ । ଯାହାକୁ ଦେଖିଲେ ଲାଗୁଛି ସାପଟି ମହିଳାଙ୍କ କେଶକୁ ବେଶ୍ ଭଲ ପାଉଛି ।

ଭାଇରାଲ ହୋଇଥିବା ଏକ ଭିଡିଓରେ ସାପଟି ଜଣେ ମହିଳାଙ୍କ କେଶ ଉପରେ ଗୁରୁଣ୍ଡୁଥିବାର ଦେଖିବାକୁ ମିଳୁଛି । ମହିଳା ଜଣକ ଭିଡିଓରେ ସେ ତାଙ୍କ ଉଭୟ ହାତରେ ମୁଣ୍ଡ ରଖିକି ଶୋଇଛନ୍ତି । ଏହି ସମୟରେ ସାପର ଏହି କାରନାମା ଦେଖିବାକୁ ମିଳୁଛି । ମହିଳା ଜଣକ ମଧ୍ୟ ନିଶ୍ଚିନ୍ତରେ ଶୋଇଛନ୍ତି । ତାଙ୍କୁ ସାପର ଏହି ଗତିବିଧି କିଛି ଫରକ ପକାଉ ନାହିଁ । ମହିଳାଙ୍କୁ ଟିକେ ବି ଜଣା ନାହିଁ ଯେ ତାଙ୍କ କେଶ ପ୍ରତି ଏହି ସାପ ରୂପକ ନାଗିନ ବୁଲୁଛି । ସେ ଆରାମରେ ଶୋଇଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ଏବେ ଲୋକଙ୍କୁ ମନୋରଞ୍ଜନର ଖୋରକ ଯୋଗାଉଛି । ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ଭିଡିଓକୁ ଦେଖି । ଜଣେ ୟୁଜର୍ସ ଲେଖିଛନ୍ତି ଯେ ଏହି ସାପ ନକଲି ନୁହେଁ । ସେହିଭଳି ଆଉ ଜଣେ ୟୁଜର୍ସ ପ୍ରତିକ୍ରିୟା ଦେଇଛନ୍ତି ଯେ ସାପଟି ବିଷଧର ନୁହେଁ ଓ ସେ କାଟିବ ନାହିଁ । ଇନଷ୍ଟାଗ୍ରାମର kashikyatra ଆକାଉଣ୍ଟରେ ଏହାକୁ ସେୟାର କରାଯାଇଛି । ଏହାକୁ ପ୍ରାୟ ୨୭ ମିଲିୟନ ବା ୨୭ ଲକ୍ଷ ଲୋକ ଦେଖି ସାରିଛନ୍ତି ।

 

View this post on Instagram

 

A post shared by kAshiKyaTrA (@kashikyatra)

Get real time updates directly on you device, subscribe now.