fbpx

(Video)ମଉସାଙ୍କ ଲୁଙ୍ଗି ଭିତରେ ସାପ ପଶିଗଲା, ଆଉ ତା’ପରେ କଣ ହେଲା ଦେଖନ୍ତୁ….

ଓଡିଶା ଭାସ୍କର; ସୋସିଆଲ ମିଡ଼ିଆରେ ଆଜିକାଲି ଅନେକ ପ୍ରକାରର ଭିଡିଓ ଦେଖିବାକୁ ମିଳୁଛି । କିଛି କିଛି ଭିଡିଓରୁ କିଛି ଶିଖିବାକୁ ମିଳୁଥିବା ବେଳେ ଆଉ କିଛି ଭିଡିଓକୁ ଦେଖି ଲୋକେ ମନରଞ୍ଜନ କରିଥାନ୍ତି । ତେବେ ଏହି ସୋସିଆଲ ମିଡ଼ିଆରେ ଏଭଳି ଏକ ଭିଡିଓ ଦେଖିବାକୁ ମିଳିଛି, ଯାହାକୁ ଦେଖିବା ପରେ ଆପଣ ଆପଣଙ୍କ ହସକୁ ଅଟକାଇ ପାରିବେ ନାହିଁ । ଯଦିଓ ଭିଡିଓଟି ଏକ ଚିନ୍ତାଜନକ ଘଟଣା କିନ୍ତୁ ଭିଡିଓର ଦୃଶ୍ୟକୁ ଯେ କେହିବି ଦେଖିବେ, ସେ ତାଙ୍କ ହସକୁ ଆଦୌ ରୋକି ପାରିବେ ନାହିଁ ।

ତେବେ ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ମୁସଲମାନ ବୃଦ୍ଧା ମଉସା ଏକ ଡଙ୍ଗା ଉପରେ ବସି ମନ ଖୁସିରେ ଗୀତ ଗାଉଛନ୍ତି। ଠିକ ଏହି ସମୟରେ ତାଙ୍କ ସହ ଯାହା ଘଟିଛି ସେଥିରେ ତାଙ୍କ ହୋସ ଏକାଥରେ ଉଡିଯାଇଛି । ତେବେ ଭିଡିଓ ଆରମ୍ଭରେ ବୃଦ୍ଧା ମଉସା ଜଣଙ୍କ କଳା ଚଷମା ଲଗାଇ ନୌକା ଉପରେ ମନ ଆନନ୍ଦରେ ବସିଛନ୍ତି। ଗୀତ ଗାଇବାକୁ ମନ ହେବାରୁ ସେ ଗାଇବା ଆରମ୍ଭ କରିଛନ୍ତି । ଆଉ ଠିକ ଏତିକି ବେଳେ ଏକ ବିଶାଳକାୟ ସାପ ତାଙ୍କ ଲୁଙ୍ଗି ଭିତର ଦେଇ ପଶିବାକୁ ଚେଷ୍ଟା କରୁଛି । ହେଲେ ମଉସା ଜଣକ ସାପଟିକୁ ଦେଖିନଥିବା ବେଳେ ଭିଡିଓ କରୁଥିବା ବ୍ୟକ୍ତି ତାଙ୍କୁ ଦେଖି ହସୁଛନ୍ତି । ଆଉ ଏହା ପରେ ମଉସା ସାପଟିକୁ ଦେଖିବା ମାତ୍ରେ ତାଙ୍କ ହୋସ ଉଡିଯାଇଛି । ସେ ହଠାତ ସାପଟିକୁ ଆଡେଇ ଦେଇ ଡଙ୍ଗାରୁ ବାହାରକୁ ଦୌଡ଼ି ଆସିଛନ୍ତି । ତେବେ ସୋସିଆଲ ମିଡିଆରେ ଏହି ଭିଡିଓଟି ବେଶ ଭାଇରାଲ ହେଉଥିବା ବେଳେ ମଉସାଙ୍କ ଗୀତ ସାପଟିକୁ ପସନ୍ଦ ଆସିଲା ନାହିଁ ବୋଲି ଅନେକ ଜଣ ପ୍ରତିକ୍ରିୟା ପ୍ରତିକ୍ରିୟା ଦେଇଛନ୍ତି ।

 

View this post on Instagram

 

A post shared by Raha Rima🔵 (@raha_rima01)

Get real time updates directly on you device, subscribe now.