(Video) ମ୍ୟାଚ ମଝିରେ ମଇଦାନକୁ ପଶିଆସିଲା ୭ ଫୁଟିଆ ସାପ, ଖେଳାଳି ଭୟଭୀତ
ଶ୍ରୀଲଙ୍କା ଏବଂ ବାଂଲାଦେଶର କଲୋମ୍ବୋର ମଇଦାନରେ ତିନୋଟି ମ୍ୟାଚର ୱାନଡେ ସିରିଜ ପ୍ରଥମ ମୁକାବିଲା ସମୟରେ ଅଚାନକ ମଇଦାନକୁ ପଶିଆସିଲା ସାପ
ନୂଆଦିଲ୍ଲୀ: ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ୨ଟି ମ୍ୟାଚର ଟେଷ୍ଟ ସିରିଜ ଶେଷ ହେବା ପରେ ୨ ଜୁଲାଇରୁ ୩ଟିକିଆ ମ୍ୟାଚର ୱାନଡେ ସିରିଜର ଆରମ୍ଭ ହୋଇଛି।
ଏହି ସିରିଜର ପ୍ରଥମ ମ୍ୟାଚ କଲୋମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଛି। ଏହି ମୁକାବିଲା ସମୟରେ ମଇଦାନରେ ଏକ ଏଭଳି ଘଟଣା ଘଟିଛି, ଯେଉଁଥିରେ ଦୁଇ ଟିମର ପ୍ଲେୟାର୍ସ କିଛି ସମୟ ପାଇଁ ଭୟଭୀତ ହୋଇଯାଇଥିବା ଦେଖିବାକୁ ମିଳିଛି।
ବାଂଲାଦେଶର ଟିମ ଟାର୍ଗେଟକୁ ପିଛା କରି ବାହାରିଥିଲା, ତାଙ୍କ ଇନିଂସର ଆରମ୍ଭ ସମୟରେ ମଇଦାନ ଭିତରେ ପାଖାପାଖି ୭ ଫୁଟ୍ର ଲମ୍ବା ସାପ ଅଚାନକ ପଶିଯାଇଥିଲା।
#snake #Cricket pic.twitter.com/Y5KMfE94aZ
— ABHISHEK PANDEY (@anupandey29) July 3, 2025
ଏହାପରେ ଖେଳକୁ କିଛି ସମୟ ରୋକିବାକୁ ପଡ଼ିଥିଲା। ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ବାଂଲାଦେଶ ଇନିଂସର ତୃତୀୟ ଓଭର ସମୟରେ, ଯେତେବେଳେ ମାତ୍ର ଦୁଇଟି ବଲ୍ ଖେଳାଯାଇଥିଲା, କ୍ୟାମେରାକୁ ହଟାତ ଜୁମ୍ କରିବା ପରେ ତାହା ଏକ ସାପ ବୋଲି ଜଣାପଡିଲା।
ଏହା ପରେ, ଅମ୍ପାୟାର ଖେଳ ବନ୍ଦ କରିଦେଲେ, ଯେତେବେଳେ ଆର ପ୍ରେମଦାସା ଷ୍ଟାଡିୟମର ଗ୍ରାଉଣ୍ଡ ଷ୍ଟାଫ୍ ତୁରନ୍ତ ସତର୍କତା ଦେଖାଇ ସାପକୁ ପଡ଼ିଆରୁ ବାହାର କରିଦେଲେ, ଏହା ପରେ ଖେଳ ପୁଣି ଆରମ୍ଭ ହେଲା।
ଶ୍ରୀଲଙ୍କାରେ ମ୍ୟାଚ୍ ସମୟରେ ପଡ଼ିଆ ଭିତରେ ହଠାତ୍ ସାପ ଦେଖାଯିବା ଏହା ପ୍ରଥମ ଥର ନୁହେଁ। ଏହା ପୂର୍ବରୁ ଅନେକ ମ୍ୟାଚ୍ ସମୟରେ ଏପରି ଘଟଣା ଦେଖାଯାଇଛି।