fbpx

ଆତ୍ମହତ୍ୟା ପାଇଁ ବାଧ୍ୟ କରୁଛି ସୋସିଆଲ ମିଡିଆ! ଏହିସବୁ କଥା ଉପରେ ଧ୍ୟାନ ଦିଅନ୍ତୁ ଅଭିଭାବକ…

Advertisement

ନୂଆଦିଲ୍ଲୀ: ଆଜି କାଲିର ଇଣ୍ଟରନେଟ୍ ଯୁଗରେ ସୋସିଆଲ ମିଡିଆର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବ୍ୟାଙ୍କିଂ ସେବା ହେଉ ଅବା ସପିଙ୍ଗ କିମ୍ବା କାହା ସହ କଥା ସମସ୍ତ କାର୍ଯ୍ୟ ଏହି ସୋସିଆଲ ମିଡିଆ ମାଧ୍ୟମରେ ହୋଇ ପାରୁଛି । ତେବେ ଏହି ସୋସିଆଲ ମିଡିଆର ବ୍ୟବହାର ମଣିଷ ସମାଜକୁ ସତେ ଯେପରି ଗ୍ରାସ କରିଛି । ଖାସ କରି ଫେସବୁକ ,ହ୍ୱାଟସଆପ୍ , ଇଷ୍ଟାଗ୍ରାମ ପରି ସୋସିଆଲ ଆପ୍ ଆଜି କାଲିର ଯୁବପଢି ଏବଂ କମ୍ ବୟସର ପିଲାମାନଙ୍କୁ ବାନ୍ଧି ରଖିଛି । ଯାହାଫଳରେ ଏହି ସୋସିଆଲ ମିଡିଆ ପାଇଁ ଅନେକ ଲୋକଙ୍କ ଜୀବନ ଯାଉଥିବା ବେଳେ ଅପରାଧ ମଧ୍ୟ ବୃଦ୍ଧି ପାଉଛି । ତେବେ ମନୋବିଜ୍ଞାନୀମାନଙ୍କ କହିବା ଅନୁଯାୟୀ ଯୁବପିଢିମାନେ ଅଧିକ ମାତ୍ରାରରେ ଏହି ସୋସିଆଲ ମିଡିଆର ଶିକାର ହେଉଛନ୍ତି । ଯେଉଁ କାରଣରୁ ସେମାନେ ଆତ୍ମହତ୍ୟା ପରି ଏକ ଚରମ ନିଷ୍ପତ୍ତି ନେବାକୁ ପଛାଉ ନାହାଁନ୍ତି ।

ବିଶେଷଜ୍ଞମାନଙ୍କ ମତରେ ଗତ କିଛି ବର୍ଷ ମଧ୍ୟ ୧୮ ବର୍ଷରୁ କମ୍ ପିଲାମାନଙ୍କ ଦ୍ୱାରା ସୋସିଆଲ୍ ମିଡିଆର ବ୍ୟବହାର ଯଥେଷ୍ଟ ବୃଦ୍ଧି ପାଇଛି । ଯାହାଫଳରେ ସୋସିଆଲ ମିଡିଆର ବହୁଳ ବ୍ୟବହାର କାରଣରୁ ଉଦାସୀନତା ଏବଂ ଆତ୍ମହତ୍ୟା ଭାବନା ମଧ୍ୟ ସେମାନଙ୍କ ମଧ୍ୟରେ ବୃଦ୍ଧି ପାଇଛି । ଗତ ଦଶନ୍ଧିରେ ଭାରତରେ ଯୁବକମାନଙ୍କ ଦ୍ୱାରା ସୋସିଆଲ ମିଡିଆର ବ୍ୟବହାର ଯେଉଁଭଳି ଭାବରେ ବୃଦ୍ଧି ପାଇଛି , ଆତ୍ମହତ୍ୟାର ମାତ୍ରା ମଧ୍ୟ ଠିକ୍ ସେହିପରି ଭାବରେ ବଢିଥିବା ଜଣାପଡିଛି ।

ତେବେ ମନୋବିଜ୍ଞାନୀମାନଙ୍କ କହିବା ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିପାଇଁ ଉଦାସୀନତାକୁ ଏକ ପ୍ରମୁଖ ମାନସିକ ସମସ୍ୟା ଭାବରେ ବିବେଚନା କରାଯାଏ । ଯଦି ଏହାର ଯତ୍ନ ନିଆଯାଏ ନାହିଁ କିମ୍ବା ଏହାକୁ ଅଣଦେଖା କରାଯାଏ, ତେବେ ଏହା ବ୍ୟକ୍ତିର ମନରେ କୁପ୍ରଭାବ ପକାଇଥାଏ । ଏଥିସହିତ ସେ ଜଘନ୍ୟ ଅପରାଧ କରିବା ସହ ଆତ୍ମହତ୍ୟା କରିବାର ମଧ୍ୟ ସମ୍ଭାବନା ଥାଏ । ତେଣୁ ଏହାକୁ ରୋକିବା ପାଇଁ ଅବିଭାକମାନଙ୍କୁ କିଛି କଥା ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ ।

ଅବିଭାବକମାନେ ଏହିସବୁ କଥା ପ୍ରତି ରଖନ୍ତୁ ଧ୍ୟାନ:

  • ପିତାମାତାମାନେ ପ୍ରଥମେ ସେମାନଙ୍କ ପିଲା କେଉଁ ପ୍ରୋଗ୍ରାମ କିମ୍ବା ଆପ୍ ବ୍ୟବହାର କରୁଛନ୍ତି ତାହା ଜାଣିବାକୁ ଚେଷ୍ଟା କରିବା ଉଚିତ୍ । କାରଣ କିଛି ସୋସିଆଲ ମିଡିଆ ପ୍ଲାଟଫର୍ମରେ ବୟସ ପ୍ରତିବନ୍ଧକ ଥିବା ସତ୍ତ୍ୱେ ମଧ୍ୟ ପିଲାମାନେ ସେଠାରେ ଅତି ସହଜରେ ପହଞ୍ଚି ଯାଆନ୍ତି । ତେଣୁ ଏଭଳି ପରିସ୍ଥିତିରେ, ଆପଣଙ୍କ ପିଲା ଇଣ୍ଟରନେଟରେ କ’ଣ ଖୋଜୁଛି ତାହା ବିଷୟରେ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
  • ଯଦି ସମ୍ଭବ, ଆପଣ ଘରର ଏକ ସାଧାରଣ ସ୍ଥାନରେ ଟ୍ୟାବଲେଟ୍ ଏବଂ କମ୍ପ୍ୟୁଟରକୁ ରଖନ୍ତୁ ଯେଉଁଠାରେ ଆପଣ ନିଜ ପିଲାଙ୍କୁ ଏହାକୁ ବ୍ୟବହାର କରୁଥିବା ଦେଖିପାରିବେ । ଆପଣଙ୍କ ପିଲାମାନେ କେଉଁ ୱେବସାଇଟ୍ ଦେଖୁଛନ୍ତି ଏବଂ ସେ ଅନଲାଇନ୍ ରେ କାହା ସହିତ କଥାବାର୍ତ୍ତା କରୁଛନ୍ତି ତାହା ଉପରେ ନଜର ରଖନ୍ତୁ ।
  • ଆପଣଙ୍କ ପିଲା ଚଲାଉଥିବା ଯେକୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଫଲୋ କରନ୍ତୁ । ଏହାପରେ ସେମାନଙ୍କୁ କୁହ ଯେ ଆପଣ ସେମାନଙ୍କର ସୋସିଆଲ ମିଡିଆ ଲାଇଫ ଉପରେ ନଜର ରଖିଛନ୍ତି । ଯାହାଦ୍ୱାରା ସେମାନେ ନିରାପଦରେ ରହିପାରିବେ।
  • ସୋସିଆଲ ମିଡିଆରେ କୌଣସି ଅଜଣା ବ୍ୟକ୍ତିଙ୍କ ସହ ବନ୍ଧୁତା ରଖିବାର ମହତ୍ୱ ଏବଂ ଗୁରୁତ୍ୱ ସେମାନଙ୍କୁ ବୁଝାନ୍ତୁ । ଯଦି ସେମାନେ ସୋସିାଲ ମିଡିଢ଼ଆର କୌଣସି ବନ୍ଧୁଙ୍କୁ ଦେଖା କରିବାକୁ ଯାଆନ୍ତି ତେବେ ସେମାନଙ୍କୁ ସର୍ବସାଧାରଣ ସ୍ଥାନରେ ଦେଖାକରିବାକୁ ଅନୁମତି ଦିଅନ୍ତୁ ।
  • ସୋସିଆଲ ମିଡିଆରେ କେଉଁ କଥା କିମ୍ବା ଫଟୋ ପୋଷ୍ଟ କରିବା ଠିକ୍ ଏବଂ କଣ ପୋଷ୍ଟ କରିବା ଭୁଲ୍ ତାହା ପିଲାମାନଙ୍କୁ ବୁଝାନ୍ତୁ ।

Get real time updates directly on you device, subscribe now.