SOG ଯବାନଙ୍କ ଉପରେ ସୁନା କଳସ ଢ଼ାଳିଲେ ମୋହନ, ସ୍ୱତନ୍ତ୍ର ଭତ୍ତା ବାବଦକୁ ମିଳିବ ୨୫,୦୦୦
ମାଓ ସର୍ଚ୍ଚ ଅପରେଶନରେ ସାମିଲ ହୋଇଥିଲେ ୭୫ ଏସଓଜି ଯବାନ । ଜୀବନକୁ ବିପଦରେ ପକାଇ କାମ କରୁଥିବା ଯବାନଙ୍କୁ ସ୍ୱତନ୍ତ୍ର ଭତ୍ତା ବାବଦକୁ ମିଳୁଥିଲା ୮ ହଜାର ଟଙ୍କା ।
ଭୁବନେଶ୍ୱର: ଏସଓଜି ଯବାନଙ୍କ ସ୍ୱତନ୍ତ୍ର ଭତ୍ତା ବଢ଼ାଯିବ । ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି । ଏସଓଜି (ସ୍ପେିସିଆଲ ଅପରେଶନ୍ସ ଗ୍ରୁପ୍) ଯବାନଙ୍କୁ ସ୍ୱତନ୍ତ୍ର ଭତ୍ତା ବା ରିସ୍କ ଆଲାଉନ୍ସ ବଢ଼ାଇଛନ୍ତି ରାଜ୍ୟ ସରକାର ।
ଯବାନମାନଙ୍କୁ ରିସ୍କ ଆଲାଉନ୍ସ ବାବଦକୁ ମିଳୁଥିବା ୮୦୦୦ ଟଙ୍କାକୁ ବଢ଼ାଇ ୨୫ ହଜାର କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ମାଓ ଦମନ ପାଇଁ ୨୦୦୪ରୁ ଏସଓଜି ଜବାନ ଓଡ଼ିଶାରେ ମୁତୟନ କରାଯାଇଛି ।
ଗତକାଲି ଓଡ଼ିଶା, ଛତିଶଗଡ଼ ପକ୍ଷରୁ ସିଆରପିଏଫ୍ ଫୋର୍ସ ମିଳିତ ଅପରେଶରରେ ୧୪ ମାଓବାଦୀଙ୍କୁ ନିପାତ କରାଯାଇଛି । ଯେଉଁଥିରେ ଓଡ଼ିଶା ଏସଓଜି ଯବାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
ଏହି ବଡ଼ ସଫପଳତା ପାଇଁ ମୁଖ୍ୟମନ୍ତ୍ରୀ ଯବାନମାନଙ୍କୁ ଶଉଭେଚ୍ଛା ଜଣାଇଛନ୍ତି । ଓଡ଼ିଶା ପୋଲିସ ସୂଚନା ଅନୁସାରେ ଏହି ଗୁରୁତ୍ୱପୂର୍ଣ୍ଣ ଅପରେଶନରେ ପାଖାପାଖି ୭୫ ଏସଓଜି ଯବାନ ସାମିଲ ହୋଇଥିଲେ ।