ବାପାଙ୍କ ମୃତ୍ୟୁ ଖବର ଶୁଣି ଚାଲିଗଲା ପୁଅର ଜୀବନ, ଶୋକରେ ଘରଲୋକେ

ଆନନ୍ଦପୁର: ବାପାଙ୍କ ମୃତ୍ୟୁ ଖବର ଶୁଣି ପୁଅ ବୁଜିଲା ଆଖି । ଅନନ୍ଦପୁର ପୌରପରିଷଦ ୬ ନମ୍ବର ୱାର୍ଡର ଘଟଣା ।

ପୁଅ ଦୀର୍ଘ ଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ଥିଲେ । ଅସୁସ୍ଥ ଅବସ୍ଥାରେ ସେ ଯେତେବେଳେ ବାପାଙ୍କ ମୃତ୍ୟୁ ଖବର ପାଇ ଆଇ ସହି ନ ପାରି ପ୍ରାଣ ହରାଇଥିବା ଜଣାପଡ଼ିଛି ।

ମୃତ ବାପା ଜଣେ ସେନା ଅଧିକାରୀ ବୋଲି ଜଣାପଡ଼ିଛି ।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏକାଥରକେ ଘରୁ ବାପା, ପୁଅଙ୍କର ୨ଟି କୋକେଇ ଉଠିବ, ଯାହାର ଚିନ୍ତାରେ ଆଖାପାଖ ଅଞ୍ଚଳରେ ଶୋକାକୂଳ ପରିବେଷ ସୃଷ୍ଟି ହୋଇଛି ।