ରାଜଗାଙ୍ଗପୁର: ସାମାନ୍ୟ ମହୁଲ ବିକ୍ରିକୁ ନେଇ ବାପାର ଜୀବନ ନେଲା ପୁଅ । ମହୁଲକୁ କେନ୍ଦ୍ର କରି ପୁଅ ବାପାଙ୍କୁ ଟାଙ୍ଗିଆରେ ହାଣିଦେଇଛି । ସୁନ୍ଦରଗଡ଼ ରଜଗାଙ୍ଗପୁର କୁଟରାରେ ଘଟିଛି ଏହି ବିଭତ୍ସ କାଣ୍ଡ ।
ପୁଅ ସୁରଜ ଟେଟେ ଏକ ଟାଙ୍ଗିଆରେ ବାପା ସିରାନୁସ ଟେଟେଙ୍କୁ ହାଣିଥିବା ଜଣାପଡ଼ିଛି । ଘଟଣା ସୂଚନା ପାଇଁ ସ୍ଥାନୀୟ ପୋଲିସ ସେଠାରେ ପହଞ୍ଚି ଯଞ୍ଚ ଆରମ୍ଭ କରିବା ସହ ସୁରଜକୁ ଗିରଫ କରିଛି ।
ସୂଚନା ମୁତାବକ ସୁରଜ ରାଗିଯାଇ ବାପାଙ୍କୁ ଟାଙ୍ଗିଆରେ ପ୍ରହାର କରିବା ପରେ ଟାଙ୍ଗିଆଟି ସିରାନୁସ ମୁଣ୍ଡରେ ରହିଯାଇଥିଲା । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ବେଳେ ମୃତ୍ୟୁ ଘଯିଥିଲା ।