ଭୁବନେଶ୍ବର: ଯେଉଁ ମାଆ ଗର୍ଭରେ 9 ମାସ 9 ଦିନ ଧରି ଛୁଆକୁ ବଡ କରିଥିଲା ସେହି ମାଆକୁ ପିଟିପିଟି ହତ୍ୟାକଲା ମାତୃହନ୍ତା । କୁଳାଙ୍ଗାର ପୁଅ ଢେଙ୍ଗାରେ ପିଟିପିଟି ମାଆକୁ ହତ୍ୟା କରିଛି । ସୁନ୍ଦରଗଡ ଚଳସର ଥାନା ତୁମୁଳିଆ ନୂଆପଡା ଗାଁରେ ଘଟିଛି ଏହି ଅଭବନୀୟ ଘଟଣା । ନିଶା ଥାଇବା ପରେ ରାତି ଅଧରେ ମାଆକୁ ପିଟିପିଟି ହତ୍ୟା କରିଛି । ତେବେ ଘଟଣାସ୍ଥଳରେ ହିଁ ମାଆର ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି ।
ସୂଚନା ଅନୁସାରେ, ପୁଅର ନାମ ବିଷ୍ଣୁ ଲାକ୍ରା ହୋଇଥିବା ବେଳେ ମାଆର ନାମ ସବିତା ଲାକ୍ରା । ସର୍ବଦା ପୁଅ ମାଲ ପିଇ ମାତାଲ ହେଉଥିବା ବେଳେ କାଲି ମଧ୍ୟ ମଦ ପିଇଥିଲା । ଏହାପରେ ନିଶାଶକ୍ତ ହୋଇ କେଉଁ କାରଣରୁ ରାତି ଅଧରେ ମାଆକୁ ପିଟିପିଟି ହତ୍ୟା କରିଥିଲା । କିନ୍ତୁ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ଖବରପାଇ ତଳସରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ପୁଅକୁ ଗିରଫ କରିବା ସହିତ ମାଆର ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ବ୍ୟବଚ୍ଛଦ ରିପୋର୍ଟ ଏବଂ ତଦନ୍ତ ଶେଷ ହେବା ପରେ ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।