ବାପା-ମା’ଙ୍କୁ ପଥରରେ ଛେଚି ଜୀବନ ନେଲା ପୁଅ, ପରେ ନିଜେ ବେହୋସ ହୋଇ ପଡ଼ିଛି

ବାପା-ମାଙ୍କୁ ଜୀବନରୁ ମାରିଦେଲା ପୁଅ

ବେତନଟୀ: ଦେଶ ତଥା ରାଜ୍ୟରେ ବର୍ତ୍ତମାନ ହତ୍ୟା ମାମଲା ବଢିଗଲାଣି। ଯେଉଁଆଡେ ଦେଖିବେ ହତ୍ୟା ଏବଂ ପ୍ରାଣହାରିବା ଖବର। ବର୍ତ୍ତମାନ ସକାଳୁ ସକଳୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

କୁହାଯାଏ, ବାପା ଏବଂ ମା’ ହେଉଛନ୍ତି ଚଳନ୍ତି ଦେବତା। ବୃଦ୍ଧ କାଳରେ ଏମାନଙ୍କ ସାହାଯ୍ୟ କରିବା ବଦଳରେ, ପଥରରେ ଛେଚି ବାପା-ମାଆଙ୍କୁ ହତ୍ୟା କରିଲା ନିଜ ଜନ୍ମ କଲା ପୁଅ। ଆଜ୍ଞା ହଁ ଏମିତି ଏକ ଘଟଣା ବେତନଟୀ ବୈଶିଙ୍ଗା ଥାନା ଅନ୍ତର୍ଗତ ଧନାପାଳ ଗାଁରେ ଘଟିଥିବା ଜଣାପଡ଼ିଛି।

ନିଜ ଜନ୍ମକଲା ବାପା-ମାଆଙ୍କୁ ନିର୍ମମ ଭାବେ ହତ୍ୟାକଲା ପୁଅ। ମୃତକ ହେଲେ ହାଡ଼ିବନ୍ଧୁ ସାହୁ, ଶାନ୍ତଲତା ସାହୁ। ହତ୍ୟା କରିବା ପରେ ନିଜେ ଘର ବାରଣ୍ଡାରେ ବେହୋସ ଅବସ୍ଥାରେ ପଡ଼ିଛି ପୁଅ ହିମାଂଶୁ। ଘଟଣାସ୍ଥଳରେ ପୋଲିସର ଛାନଭିନ୍‌।