fbpx

ଏହି ହୋଟେଲରେ ହେବ ସୋନାକ୍ଷୀ ସିହ୍ନା ଏବଂ ଜହୀର ଇକବାଲଙ୍କ ରିସେପ୍ସନ, ଜାଣନ୍ତୁ କେଉଁଠି

Advertisement

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବଂ ଜହୀର ଇକବାଲଙ୍କର ଖୁବ ଶୀଘ୍ର ବିବାହ ହେବାକୁ ଯାଉଛି । ୨୩ ଜୁନରେ ଏମାନେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ସୋନାକ୍ଷୀ-ଜହୀର ଇକବାଲ ବିବାହ ପରେ ୱେଡିଂ ରିସେପ୍ସନ ଅର୍ଗାନାଇଜ କରିବେ । ତେବେ ଆସନ୍ତୁ ଜାଣିବା ସେମାନଙ୍କର କେଉଁଠାରେ ୱେଡିଂ ରିସେପ୍ସନ ହେବ ।

ସୂଚନାନୁଯାୟୀ, ସୋନାକ୍ଷୀ –ଜହୀରଙ୍କ ୱେଡିଂ ରିସେପ୍ସନ ଶିଳ୍ପା ସେଟ୍ଟୀଙ୍କ ହୋଟେଲରେ ହେବ । ଶିଳ୍ପାଙ୍କ ଏହି ହୋଟେଲର ନାମ ବେଷ୍ଟିଆନ ଅଟେ । ଯାହା ବାର୍ଲି ଅଞ୍ଚଳରେ ଅଛି । ଶିଳ୍ପା ସେଟ୍ଟୀଙ୍କ ହୋଟେଲରେ ପୁଲ ସହ ଅନେକ ସୌନ୍ଦର୍ଯ୍ୟ ଡେକୋରେଟ ଦେଖିବାକୁ ପାଇବେ । ଶିଳ୍ପା ସେଟ୍ଟୀଙ୍କ ହୋଟେଲ ବେଷ୍ଟିୟନ ୮୦୦ ସ୍କେ୍ୱୟାର ଫୁଟରେ ପ୍ରସାରିତ ହୋଇଛି । ହୋଟେଲ ବେଷ୍ଟିୟନକୁ ମର୍ଡନ ଲୁକ ଦିଆଯାଇଛି ଏବଂ ଭିତରୁ ଏହା ଦେଖିବାକୁ ଆହୁରି ସୁନ୍ଦର ହୋଇଛି । ତେବେ ଏହି ହୋଟେଲର ଫର୍ଣ୍ଣିଚରଠାରୁ ନେଇ ଇଣ୍ଡେରିୟର ପର୍ଯ୍ୟନ୍ତ ସବୁକିଛି ଅକର୍ଷଣୀୟ ରହିଛି ।

Get real time updates directly on you device, subscribe now.