fbpx

Sonam Kapoor Birthday : ୩୮ ବର୍ଷ ବୟସରେ ପାଦ ଥାପିଲେ ସୋନମ, ଫ୍ଲପ ଫିଲ୍ମରୁ ଆରମ୍ଭ କରିଥିଲେ ନିଜ କ୍ୟାରିଅର

Advertisement

ମୁମ୍ବାଇ : ଅନୀଲ କପୁରଙ୍କ ଝିଅ ସୋନମ କପୁରଙ୍କୁ ଆଜି ୩୮ବର୍ଷ ଛୁଇଁଛି । ଆଜି ଅଭିନେତ୍ରୀ ସୋନମଙ୍କୁ ପ୍ରଶଂସକ ଏବଂ ଇଣ୍ଡଷ୍ଟ୍ରୀର ସାଙ୍ଗମାନେ ସୋସିଆଲ ମିଡିଆ ମାଧ୍ୟମରେ ଜନ୍ମଦିନର ଶୁଭେଛା ଜଣାଇଛନ୍ତି । ଏହି ଦିନଟି ସୋନମଙ୍କ ପାଇଁ ଏବଂ ତାଙ୍କ ପରିବାର ପାଇଁ ସ୍ୱତନ୍ତ୍ର ଦିବସ ଅଟେ । କାରଣ ମାଆ ହେବା ପରେ ଏହା ତାଙ୍କର ପ୍ରଥମ ‘ବାର୍ଥ ଡେ’ । ଗତବର୍ଷ ଅଗଷ୍ଟରେ ସେ ବାୟୁ ନାମକ ଏକ ପୁତ୍ରକୁ ଜନ୍ମ ଦେଇଥିଲେ । ସୋନମ ପ୍ରଥମେ ୨୨ ବର୍ଷ ବୟସରେ ଫିଲ୍ମ ଜଗତରେ ପାଦ ଥାପିଥିଲେ । ୨୦୦୭ ମସିହାରେ ସଂଜୟ ଲୀଲା ଭଂସାଲୀର ଫିଲ୍ମ ‘ସାବରିଆ’ରେ ସେ ରଣବୀର କପୁରଙ୍କ ସହ ପ୍ରଥମେ ଦେଖିବାକୁ ମିଳିଥିଲେ ।

ଅଭିନେତ୍ରୀଙ୍କ ପ୍ରଥମ ଫିଲ୍ମଟି ହିଁ ବକ୍ସ ଅଫିସରେ ଫ୍ଲପ ହୋଇଥିଲା । ମଡଲିଂ ଦୁନିଆର ଜଣା ଶୁଣା ସୋନମ କପୁର ପ୍ରକୃତରେ ଅଭିନେତ୍ରୀ ହେବାକୁ ଚାହୁଁ ନଥିଲେ । ସୂଚନା ଅନୁଯାୟୀ ଡାଇରେକ୍ଟର ସଂଜୟ ଲୀଲା ଭଂସାଲୀ ହିଁ ତାଙ୍କୁ ଫିଲ୍ମ ଦୁନିଆକୁ ଆଣିଥିଲେ । ଫିଲ୍ମ କ୍ୟାରିୟରରେ ତାଙ୍କୁ ପ୍ରାୟ ୨୦ଟି ଫିଲ୍ମରେ ଦେଖିବାକୁ ମିଳିଛି । ସେଥି ମଧ୍ୟରୁ ମାତ୍ର ୫-୬ଟି ଫିଲ୍ମରେ ସଫଳତା ହାସଲ କରିଛନ୍ତିା ସେ ରାଝଣା , ଭାଗ ମିଲଖା ଭାଗ , ପ୍ରେମ ରତ୍ନ ଧନ ପାୟୋ , ନୀରଜା , ବୀରେ ଦି ୱେଡିଙ୍ଗ ଭଳି ଫିଲ୍ମରେ ସଫଳତା ପାଇଛନ୍ତିା

ଅଭିନେତ୍ରୀଙ୍କ ଶେଷ ଫିଲ୍ମ ୨୦୧୯ରେ ‘ ଏକ୍ ଲଡକୀ କୋ ଦୈଖା ତୋ ୟୈସା ଲଗା ’ ଏବଂ ‘ଦ ଜୋୟା ଫ୍ୟାକ୍ଟର’ ଭଳି ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା । ୨୦୧୮ ମସିହାରେ ସେ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିଲେ । ଏହାପରେ ତାଙ୍କୁ ଆଉ ଫିଲ୍ମ ପରଦାରେ ଦେଖିବାକୁ ମିଳୁନାହିଁ । ବର୍ତ୍ତମାନ ସେ ନିଜ ପରିବାର ସହ ଖୁବ୍ ଆନନ୍ଦରେ ସମୟ ବିତାଉଛନ୍ତି ।

Get real time updates directly on you device, subscribe now.